ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି

ତିନି ଜଣ ନାବାଳକ ଗାଡି ଚାଳକଙ୍କ ଠାରୁ ୭୫୦୦୦/- ଟଙ୍କା ଜୋରିମାନା ଆଦାୟ  



ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ସ୍କୁଲ ଓ କଲେଜ ପିଲାମାନେ ଗାଡି ଚଲାଉଥିବା ବେଳେ ୩ ଜଣ ନାବାଳକ ଗାଡି ଚାଳକଙ୍କ ଠାରୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ପ୍ରତ୍ୟକଙ୍କ ଠାରୁ ୨୫୦୦୦/- ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ତତ୍ପରେ ସେମାନଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଧ କରାଯାଇଛି ।

Post a Comment

Previous Post Next Post