ଏପ୍ରିଲ ୫ ପାର୍ଲିଆମେଣ୍ଟ ଅଭିଯାନ ପାଇଁ ନାମ୍ପୋ ରେ ସଚେତନତା ସଭା


ଜଳେଶ୍ଵର ୩୦/୦୩ (ଜଗନ୍ନାଥ ଗୋଛାୟତ) ଜନବିରୋଧୀ, ଶ୍ରମିକ ଓ କୃଷକ ବିରୋଧୀ କେନ୍ଦ୍ର ସରକାର ଙ୍କ ନୀତି ବିରୁଦ୍ଧରେ ଆସନ୍ତା ଏପ୍ରିଲ ୫ ପାର୍ଲିଆମେଣ୍ଟ ଅଭିଯାନ ପାଇଁ ନାମ୍ପୋ ହାଟ ପଡ଼ିଆ ଠାରେ କୃଷକ ସଭା, ସିଆଇଟିୟୁ, କ୍ଷେତମଜଦୁର ୟୁନିୟନ ଏବଂ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ବିରାଟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ୪ ଟି ଶ୍ରମ କୋଡ଼ ବାତିଲ କରିବା, ଏମ୍ ଏସ୍ ପି କୁ ଆଇନ ରେ ପରିଣତ କରିବା, ୨୦୨୦ ବିଦୁ୍ୟତ ବିଲ୍ ପ୍ରତ୍ୟାହାର, ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା, ମନରେଗା ଯୋଜନାରେ ୬୦୦ ଟଙ୍କା ମଜୁରୀ, ସମସ୍ତ ଚାଷୀ ଙ୍କ ର ରୂଣ ଛାଡ଼, ମାସିକ ଭତ୍ତା ୩୦୦୦ ଟଙ୍କା କରିବା, ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ର ଦର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଦର କମାଇବା ସହ ସମସ୍ତ ଭୂମିହୀନଙ୍କୁ ପଟ୍ଟା, ସମସ୍ତ ଙ୍କୁ ରେସନ କାର୍ଡ ଓ ଘର ଯୋଗାଇ ଦେବା, ଜାତୀୟ ସମ୍ପତ୍ତି କୁ ବିକ୍ରି କରିବା ବନ୍ଦ କରିବା ଏବଂ କେନ୍ଦ୍ର ର ମୋଦି ସରକାର ର ଜାତିବାଦ, ବର୍ଣ୍ଣବାଦ, ସାମ୍ପ୍ରଦାୟିକତା କୁ ବିରୋଧ କରିବା ସହ ବିଜେପି ର ଏକଛତ୍ରବାଦ ଫାସିବାଦ ନୀତି କୁ ବିରୋଧ କରି ସମ୍ବିଧାନ ଓ ଗଣତନ୍ତ୍ର ର ସୁରକ୍ଷା ଏବଂ ଦେଶ ବଂଚାଅ ଦାବିରେ ପାର୍ଲିଆମେଣ୍ଟ ଅଭିଯାନ ରେ ବହୁ ସଂଖ୍ୟା ରେ ସାମିଲ୍ ହେବା ପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପ୍ତିମାନ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଶିଶିର ହୁଇ, ଶିତାଂସୁ ସେନାପତି, ଦିଲ୍ଲୀପ କୁମାର ଗିରି, ପଲ୍ଟୁ ଦାସ, ମମି ପଣ୍ଡା, ଜୀବନ ପରିଡ଼ା, ସେକ ଅବଦୁଲ ସାଦିକ, ମହୁଆ ବସୁ, ଭାଗବତ ପ୍ରଧାନ, ମଦନ ମହାଳି, ଚଂଦନ ଶତପଥୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଏକଛତ୍ରବାଦି ଓ ଫାସିବାଦି ଶକ୍ତି କୁ ପରାସ୍ତ କରି ଦେଶ କୁ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ରାଜୀବ ଲୋଚନ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post