ଦଣ୍ଡ ଯାତ୍ରାରେ କାଳିସୀର ମୃତ୍ୟୁ : ମୃତ୍ୟୁ ର କାରଣ ଅସ୍ପଷ୍ଟ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଦଣ୍ଡ ନୃତ୍ୟ ବେଳେ କାଳିସୀର ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ଗତକାଲି ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ଅନ୍ତର୍ଗତ ଅତଲସରା ଗ୍ରାମରେ କରଡ଼ି ଓ ମାଳି ପଦର( ଓଡସିଙ୍ଗା) ଗ୍ରାମର ୨ଦଳ ଦଣ୍ଡ ଯାତ୍ରା ଦଳ ଦଣ୍ଡ ନାଚ ପାଇଁ ରହିଥିଲେ। ଧୂଳି ଦଣ୍ଡ ଖୁବ ଧୁମ ଧାମ ରେ ଉଭୟ ଦଳ କରିଥିଲେ ଓ ଦର୍ଶକ ମଧ୍ୟ ନାଚ କୁ ମନଭରୀ ଉପଭୋଗ କରିଥିଲେ। ରାତ୍ରିରେ ପାଣି ଦଣ୍ଡ ପରେ ଷୋଳ ସୁଅଙ୍ଗ ଦଣ୍ଡ କରିବା ପାଇଁ ଗ୍ରାମ ଭିତରକୁ ଯାଉଥିବା ବେଳେ କରଡ଼ି ଦଣ୍ଡ ଦଳର କାଳିସୀ ହଠାତ ତଳେ ପଡିଯାଇ ସ୍ୱାଭାବିକ ବାନ୍ତି କରି ଚେତାଶୂନ୍ୟ ହୋଇଯାଇଥିଲେ। ଫଳରେ ଗ୍ରାମବାସୀ ଙ୍କ ସହାୟତାରେ ୧୦୮କୁ ଯୋଗାଯୋଗ କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତର ସେଠାରେ କାଳିସୀର ମୃତ୍ୟୁ ହୋଇଥିବା ସୂଚନା ଦେବା ସହ ପୋଷ୍ଟ ବଟମ ପାଇଁ ବୌଦ୍ଧ କୁ ପଠାଇ ଥିଲେ। କାଳିସୀ ଜଣକ କାଲେଶ୍ୱର ଗ୍ରାମର ବାବୁଲା ବୋଲି ଜଣା ପଡିଛି ପୋଷ୍ଟ ବଟମ ପରେ ମୃତ୍ୟୁ ର ସଠିକ ତଥ୍ୟ ମିଳିପାରିବ।

Post a Comment

Previous Post Next Post