ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉପଲକ୍ଷେ ଗଡିଆ ଠାରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି


ସୋନପୁର (ସର୍ଜନ କୁମାର ପାଣ୍ଡେ) ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ପଂଚାୟତ ଅନ୍ତର୍ଗତ ଗଡିଆ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡପ ପରିସରରେ ମହିଲା ଓ ପୁରୁଷ ମାନେ ଏକତ୍ରିତ ହୋଇ ସଂକୀର୍ତ୍ତନ ଘଣ୍ଟ ଶଖଂ ମାଧ୍ୟମରେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବନ୍ଧକୁ ପହଞ୍ଚିଥିଲେ । ସେଠାରେ ମୁଖ୍ଯ ପଣ୍ଡିତ ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ବାବଧାନ ରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ୨୫୧ଗୋଟି ପୂର୍ଣ୍ଣ ଜଳ କଳସ ଧରି ମଣ୍ଡପରେ ସ୍ଥାପନ କରିଥିଲେ । ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇ ଶନିବାର ସମାପ୍ତ ହେବା ନେଇ ସୂଚନା ମିଳିଛି। ଏଥିରେ କର୍ତ୍ତା ଭାବରେ ଲକ୍ଷପତି ପୋଢ ଓ ତାଙ୍କର ଧର୍ମପତ୍ନୀ ଗାୟତ୍ରୀ ପୋଢ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ କୁ ପୂଜକ ଭାବରେ ସ୍ୱାଂଗତ ମିଶ୍ର ଓ ଭିକାରୀ ମିଶ୍ର ସହଯୋଗ କରିଥିଲେ । ଏହି ନାମଯଜ୍ଞ କମିଟିର ସଭାପତି ଆକାଶ ମହାନ୍ତି , ସମ୍ପାଦକ ଭଗ୍ୟବାନ ଝାଙ୍କର, କୋଷାଧ୍ୟକ୍ଷ ଦେବେନ୍ଦ୍ର ପୋଢ ଓ ଧିରେନ୍ଦ୍ର ଷାଣ୍ଢ, ସାଧୁରାମ ଷାଣ୍ଢ, ଅଶୋକ ଝାଙ୍କର, ରମେଶ ବିଶି, ଜିତେନ୍ଦ୍ର ପୋଢ, ବିପ୍ର କାଲସାଏ, ସରୋଜ ସେଠୀ, ସର୍ଜନ ସେଠୀ, ନିର୍ମଳ ଦୀପ, ନିରୁ ଭୋଇ, ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

Post a Comment

Previous Post Next Post