ମଞମସାହାଡ଼ାପଡା ନିତାୟଗୈାର ସାଧନ ସେବାୟତନର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ


ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଉପାନ୍ତ ନଛିମପୁର ପଞ୍ଚାୟତ ସାହାଡ଼ା ପଡା ଗାଁ ସ୍ଥିତ ଶ୍ରୀ ଶ୍ରୀ ରାଧା ବଲ୍ଲଭ, ଜଗନ୍ନାଥ ଜିଉ, ସାଧନ ସେଵାୟତନର ୭ମ ବାର୍ଷିକ ଉତ୍ସବ,୨ଦିନ ବ୍ୟାପି, ଭକ୍ତି , ଶ୍ରଦ୍ଧାର ସହିତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଶନିବାର ସନ୍ଧ୍ୟାରେ ଉଦବୋଧନ, ସନ୍ଧ୍ୟା ଆରତୀ, ପ୍ରବଚନ ଓ ଧର୍ମସଭା, ରବିବାର ପ୍ରାତଃ ମଙ୍ଗଳ ଆଳତୀ, ଭାଗବତ ଗୀତା ପାଠ ହୋଇଥିଲା । ପୂର୍ବାହ୍ନରେ ଧର୍ମସଭା,ଭଜନ କୀର୍ତ୍ତନ, ଗୁରୁ ପୂଜନ,ଗୁରୁ ଶିଷ୍ୟ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ସଭାପତି ନିତ୍ୟାନନ୍ଦ ପ୍ରଭୁ ବଂଶ ପ୍ରଭୁପାଦ ନନ୍ଦରାଜ କିଶୋର ଗୋସ୍ୱାମୀ, ଉପସଭାପତି ନିତ୍ୟାନନ୍ଦ ପ୍ରଭୁ ବଂଶ ପ୍ରଭୁପାଦ ଶୁଭେନ୍ଦୁ କିଶୋର ଗୋସ୍ୱାମୀ, ପଶ୍ଚିମବଙ୍ଗର , ପଣ୍ଡିତ ରାମଚନ୍ଦ୍ର ପାଣିଗ୍ରାହୀ,ପ୍ରଵଚକ ଶ୍ରୀ ଜିତେନ୍ ଦାସ, ଶ୍ରୀ ହରିହର ଦାସ ପ୍ରମୁଖ ପ୍ରବଚନ, ଉଦବୋଧନ, ଧର୍ମବାଣୀ,ଓ ଇଶ୍ୱରୀୟ ଚିନ୍ତନ ବିଷୟରେ ସବିଶେଷ ଵ୍ୟକ୍ତବ୍ୟ ପ୍ରଦାନ କରିଥିଲେ ।ସେଵାୟତନର ସେବକ, ବିଜୟ ପାତ୍ର ସାଂସାରିକ ଜୀବନରେ ଭକ୍ତି,ସତ୍ୟ, ଧର୍ମ ,ନ୍ୟାୟ ,କର୍ତ୍ତବ୍ୟ,ନିଷ୍ଠାର ମହତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ । ସାହାଡ଼ା ପଡ଼ାର ବହୁ ଭକ୍ତ ସହଯୋଗ କରିଥିବା ବେଳେ ୬୦ଜଣ, ନିଃସହାୟଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଆଖପାଖ ଗାଁର ବହୁ ଶ୍ରଦ୍ଧାଳୁ ଏହି ଧର୍ମୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକରି ପ୍ରସାଦ ସେବନ କରିଥିଲେ ।

Post a Comment

Previous Post Next Post