ବାଲିଆପାଳ ବ୍ଲକ ର ବିଭିନ୍ନ ଜାଗାରେ ବନ ବିଭାଗର ଚଢ଼ାଉ


ଜଳେଶ୍ବର ୨୯/୩ (ଜଗନ୍ନାଥ ଗୋଛାୟତ) ବାଲିଆପାଳ ବ୍ଲକ ରେ ଚାନ୍ଦିପୁର ବନ ବିଭାଗ ଓ ଜଳେଶ୍ୱର ରେଞ୍ଜରଙ୍କ ମିଳିତ ଚଢ଼ାଉ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ମୂଲ୍ୟବାନ କାଠ ଜବତ । ସୂଚନା ଅନୁଯାୟୀ ବାଲିଆପାଳ ଥାନା କାଳିଆ ଖିଆ ଓ ଲତାଜୁଡ଼ି ଅଂଚଳରେ ଦୀର୍ଘ ଦିନ ଧରି ବେଆଇନ କରତ କଳ ଚାଲି ଆସୁଥିଲା ବେଳେ ଏନେଇ ବନବିଭାଗ ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା, ଆଜି ୨ ଟିମ ଗଠନ କରି ମୋଟ ୩୦ ରୁ ଅଧିକ ପୋଲିସ ବେଆଇନ କରତ କଳ ଉପରେ ଚଢ଼ାଉ କରି ପାଖାପାଖି ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଥିବାର ଦେଖିବାକୁ ମିଳିଛି । ତେବେ ବାଲିଆପାଳ ବ୍ଲକ ରେ ଛତୁ ଫୁଟିବା ଭଳି କରତ କଳ ଗଢି ଉଠିଥିବା ବେଳେ, ବନବିଭାଗ ସବୁ ଜାଣି ନିରବ ରହୁଛି। ବାରମ୍ବାର ଅଭିଯୋଗ ହେଲେ କାଁ ଭାଁ ଚଢ଼ାଉ କରି ବିଭାଗ ନିରବ ରହୁଥିବାରୁ ଅଞ୍ଚଳ ରେ ଚର୍ଚା ଲାଗିରହିଛି।

Post a Comment

Previous Post Next Post