ଗୋଲାମୁଣ୍ଡା ଅଞ୍ଚବାସୀଙ୍କ ଶ୍ରୀ ରାମ ନବମୀ ଉତ୍ସବ ପାଳନ


ଗୋଲାମୁଣ୍ଡା ୩୦/୦୩ (ଶିବ ପ୍ରସାଦ ରାଉତ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚବାସୀ ଶ୍ରୀ ରାମ ନବମୀ ଉତ୍ସବ ପାଳନ କରିଛନ୍ତି। ଶ୍ରୀ ରାମ ନବମୀ ଉତ୍ସବ ଉପଲକ୍ଷେ ଆଜି ସକାଳ ସମୟରେ ବିଶ୍ଵହିନ୍ଦୁ ପରିଷଦ,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ,ଏକଲ ବିଦ୍ୟାଳୟ,ଏବିଭିପି,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ଓ ବୃନ୍ଦାବହାଲ ଆଚାର୍ଯ୍ୟ ଏବଂ ବିବିଧ କ୍ଷେତ୍ର ଭାଇ,ସ୍ୱେଚ୍ଛ ସେବୀ ଭାଇ ମାନଙ୍କ ସହିତ ମିଳିତ ସହଯୋଗ ରେ ଏକତ୍ରିତ ହୋଇ ବୃନ୍ଦାବହାଲ ଠାରୁ ଶୋଭାଯାତ୍ରାରେ ବାହାରି ଗୋଲାମୁଣ୍ଡା ମାଁ ସର୍ବ ମଙ୍ଗଳା ମନ୍ଦିର ପ୍ରଜନ୍ତ ବାଇକ୍ ଯୋଗେ ଜୟ ଶ୍ରୀ ରାମ ଙ୍କ ଭଜନ ସହିତ ନାରାବାଜି ଦେଇ ପରିକ୍ରମା କରିଥିଲେ। ଓ ତାପରେ ସ୍ବେଚ୍ଛାସେବୀ ଭାଇ ମାନଙ୍କ ଦ୍ଵାରା ମା ସର୍ବ ମଙ୍ଗଳା ମନ୍ଦିର ରେ ଭୋଜନ ର ବ୍ୟବସ୍ଥା ହୋଇଥିଲା।ଗୋଲାମୁଣ୍ଡା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post