ମନ୍ଦିର ପ୍ରତିଷ୍ଠା ଉତ୍ସବ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ ।ଏହି ପବିତ୍ର ଦିନରେ ଗୋତଡିହା ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ତଥା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି।ଗୋତଡିହା ଗ୍ରାମର ଜୟ ବଜରଙ୍ଗବାଲି ସମାଜ କଲ୍ୟାଣ ସଂଘ ପକ୍ଷରୁ କଳସ ଶୋଭାଯାତ୍ରା ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ପଞ୍ଚାୟତର ମହିଳା ଓ ଝିଅ ମାନେ ସ୍ଥାନୀୟ ମଠ ମହାପଦା ନଦୀରୁ କଳସୀରେ ପାଣି ଆଣି ଏକ ଶୋଭାଯାତ୍ରାରେ ବଜରଙ୍ଗବାଲି ମନ୍ଦିର ପର୍ଯ୍ୟନ୍ତ ପହଁଚିଥିଲେ। ଏବଂ ବିଗ୍ରହ ଉପରେ କଳସ ପାଣି ଢାଳିଥିଲେ। ତେବେ ଏହି କଳସ ଶୋଭାଯାତ୍ରା ରେ ପାଖାପାଖି ୧୫ ଶହ ମହିଳା ଓ ପୁରୁଷ ଭାଗନେଇଥିଲେ। ତେବେ ମନ୍ଦିର ପରିସରରେ ଆଜି ଯେମିତି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ତତ୍ପରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ସଞ୍ଜୟ ମଲ୍ଲିକ,ନୀରଞ୍ଜନ ମଲ୍ଲିକ, ଗଣେଶ ମଲ୍ଲିକ,ଗ୍ରାମମୁଖ୍ୟ ସୁମନ୍ତ ମଲ୍ଲିକ, ସମାଜସେବୀ ଭୀଷ୍ମ ଚରଣ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।

Post a Comment

Previous Post Next Post