ଖପ୍ରାଖୋଲ ପୋଲିସ ଦ୍ୱାରା ୪୭୬ ବୋତଲ କଫସିରଫ ଜବତ ସହିତ ୩ ଜଣ ଗିରଫ



ବଲାଙ୍ଗିର : (ଗଣେଶ ଦାସ) ଖପ୍ରାଖୋଲ ପୋଲିସ ଦିନକୁ ଦିନ ସ୍ଥାନୀୟ ଅଞ୍ଚଳର କଫ ସିରଫ ମାଫିଆ ମାନଙ୍କୁ ଧରିବାରେ ସକ୍ଷମ ହୋଇଅଛି । ଗତ କିଛିଦିନ ଧରି ଏହି ବେଆଇନ କଫ ସିରଫ କାରବାର କମିଥିଲେ ମଧ୍ୟ୍ୟ କିଛି ଦିନର ନୀରବତା ପରେ ପୁଣି କଫ ସିରପ ମାଫିଆଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଦିନ ରାତି ଏକକ କରିଦେଇଛନ୍ତି । ସୂଚନାନୁଯାୟୀ ଗୁରୁବାର ସନ୍ଧ୍ୟା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ପଡିଆ ନିକଟରେ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡି ବସିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଗାଁ ଭଟଲି ର ରଶ୍ମିରଞ୍ଜନ ବରିହା, ରମେଶ ବାରା, ଏବଂ ଲୁହାସିଂହା ଗ୍ରାମର ଶେଷ ସେଠ୍ ଏମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪୭୬ ବୋତଲ କଫ ସିରଫ ସହ ଗୋଟିଏ ବାଇକ ନଂ ଓଡି ୦୩ ୱାଇ ୪୯୫୬ ନଗଦ ୭୨୦୦ ଟଙ୍କା ଜବତ କରିଥିବା ବେଳେ ମୁଖ୍ୟ ଆସାମୀ ଲୁହାସିଂହା ଗ୍ରାମର ସୁନୀଲ ପୁଟେଲ ଫେରାର ଅଛି ବୋଲି ପୋଲିସ ସୂଚନା ଦେଇଛନ୍ତି । ଖପ୍ରାଖୋଲ ଥାନା କେସ ନମ୍ବର ୪୨/୨୩ ରେ ୨୪୭, ୨୭୫, ୨୭୬ଓ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଏସ ଆଇ ଗୋପୀନାଥ ମହାକୁଡ଼ ସୂଚନା ଦେଇଛନ୍ତି ।

Post a Comment

Previous Post Next Post