ଜଳେଶ୍ୱର (ଜଗନ୍ନାଥ ଗୋଛୟତ) ଅବକାରୀ ବିଭାଗ ପକ୍ଷରୁ ଜଳେଶ୍ୱର ଦେଉଳି ପଂଚୁଘଣ୍ଟା ଅଂଚଳରୁ ୨୧୦ଗ୍ରାମ ବ୍ରାଉନସୁଗାର ଜବତ ହେବା ସହିତ ଜଣେ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛନ୍ତି।ଗିରଫ ବ୍ରାଉନସୁଗାର ବେପାରୀ ଜଣକ ହେଲେ ଦେଉଳି ପଂଚୁଘଣ୍ଟା ଅଂଚଳର ଉତ୍ତମ କୁମାର ମହାନ୍ତି ବୋଲି ଜଣାପଡ଼ିଛି।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନାମିଳିଛି।ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ରାଉନ ସୁଗାର କାରବାରର ହବ ପାଲଟିଛି ।ଏ ଅଂଚଳରୁ ବ୍ରାଉନସୁଗାର ରାଜ୍ୟର ବିଭିନ୍ନ ଅଂଚଳକୁ ରପ୍ତାନି ହେଉଛି। ବ୍ରାଉନ ସୁଗାର କାରବାର ଉପରେ ରୋକ ଲଗାଇବା ଅବକାରୀ ଓ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ।ଅବକାରୀ ବିଭାଗ ଓ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିବା ସହିତ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ରୋକ ଲଗାଇ ପାରୁନାହିଁ ।ଆଜି ଜଳେଶ୍ୱର ଦେଉଳିପଂଚୁଘଣ୍ଟା- ଓଟି ରୋଡ଼ ଦେଇ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିବା କଥା କୌଣସି ସୂତ୍ରରୁ ଖବର ପାଇଁ ଜଳେଶ୍ୱର ଅବକାରୀ ବିଭାଗ,ଭୋଗରାଇ ଅବକାରୀ ବିଭାଗ ଓ କଟକ ସେଟଲାଇଟ ଅବକାରୀ ୟୁନିଟ -୨ର ଏକ ୧୦ଜଣିଆ ଟିମ ଚଢ଼ାଉ କରି ୨୧୦ଗ୍ରାମ ବ୍ରାଉନ ସୁଗାର ସହିତ ଏକ ହିରୋ ହୋଣ୍ଡା ସ୍ପଲେଣ୍ଡର ବାଇକ (ଓଆର- ୦୧-ଜି-୫୮୭୩)କୁ ଜବତ କରିବା ସହ ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି।ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ହେବ।
ଅବକାରୀ ବିଭାଗ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ ଅଧିକ ତଦନ୍ତ ଜାରୀ ରଖିଛି ।ଏହି ଚଢ଼ାଉରେ ସେଟେଲାଇଟ ୟୁନିଟ ଓଆଇସି ଏନ.ଜେଗିନୀ ରାଓ,ଜଳେଶ୍ୱର ଓଆଇସି ଦେବେନ୍ଦ୍ର କୁମାର ବେହେରା,ଭୋଗରାଇ ଓଆଇସି ଜଗନ୍ନାଥ ବେହେରା ଓ ଜଳେଶ୍ୱର ରେଞ୍ଜ ଆଇଆଇସି ନାରାୟଣ ବେହେରା ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
Post a Comment