ରାଜ୍ୟ ସ୍ତରୀୟ ଶିକ୍ଷକ ସମ୍ମାନ ପୁରସ୍କାର ପାଇବେ ଜଳେଶ୍ୱରର ଶଶିକାନ୍ତ ପ୍ରଧାନ,ଉତ୍କଳ ଦିବସରେ ହେବେ ସମ୍ବର୍ଦ୍ଧିତ


ଜଳେଶ୍ୱର ୨୨/୩ (ଜଗନ୍ନାଥ ଗୋଛୟତ) ୨୦୧୭-୧୮ ମସିହାରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶଶିକାନ୍ତ ପ୍ରଧାନ କୃତୀ ଶିକ୍ଷକ ରୂପେ ଶିକ୍ଷକ ସମ୍ମାନ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇଥିଲେ।୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖରେ ସମଗ୍ର ରାଜ୍ୟରୁ ୫୭ ଜଣ କୃତୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ପାଇଁ ଭୁବନେଶ୍ବର ନିମନ୍ତ୍ରଣ କରାଯାଇଥିଲା।ମାତ୍ର ମାନ୍ୟବର ଶଶିକାନ୍ତ ପ୍ରଧାନ ହାଇକୋର୍ଟଙ୍କ ସ୍ଥଗିତାଦେଶ ବଳରେ ଏହି ପୁରସ୍କାର ସେହି ଦିନ ସେହି କୃତୀ ଶିକ୍ଷକ ମାନଙ୍କୁ ପ୍ରଦାନ କରାଯାଇ ନ ଥିଲା।ଇତି ମଧ୍ୟରେ ଜଣେ ଶିକ୍ଷକ ମୃତ୍ୟୁ ବରଣ କରି ସାରିଲେଣି।୧୩ ଜଣ ଶିକ୍ଷକ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିସାରିଛନ୍ତି।ତେଣୁ ଏବେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସମସ୍ତ କୃତୀ ଶିକ୍ଷକ ମାନଙ୍କୁ ଜିଲ୍ଲା ସ୍ତରୀୟ ଉତ୍ସବରେ ବର୍ତ୍ତମାନ ଭୋଗରାଇ ବ୍ଲକ କଚୁଆଡ଼ିସ୍ଥିତ ପ୍ରସାଦ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ ଶଶିକାନ୍ତ ପ୍ରଧାନଙ୍କୁ ଏହି ରାଜ୍ୟପାଳ ପୁରସ୍କାର ବାଲେଶ୍ବର ଠାରେ ଜିଲ୍ଲାପାଳ ପ୍ରଦାନ କରିବେ।୧୯୮୪ ମସିହାରେ ଜଳେଶ୍ୱର ବ୍ଲକ ସମ୍ପତିଆ ପଂଚାୟତର ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୯ ବର୍ଷର ଚାକିରୀ ପରେ ଏହି ସମ୍ମାନ ବାଲେଶ୍ବର ଜିଲ୍ଲାର ଏକମାତ୍ର ମାଧ୍ୟମିକ ଶିକ୍ଷକ ରୂପେ ଶ୍ରୀ ପ୍ରଧାନ ପାଉଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି।ସେହିପରି କୁପାରି ନିକଟରେ ଥିବା ଧୋବାଗଡ଼ିଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ରିତାରାଣୀ ଦାସ ମଧ୍ୟ ଏକମାତ୍ର ପ୍ରାଥମିକ ଶିକ୍ଷକ ରୂପେ ଏହି ସମ୍ମାନ ଆସନ୍ତା ଏପ୍ରିଲ ୧ ତାରିଖରେ ପାଇବେ ବୋଲି ସୂଚନା ମିଳିଛି ।

Post a Comment

Previous Post Next Post