ସ୍ୱଚ୍ଛ ଭାରତ ସଭାପତି ତଥା ପୂର୍ବତନ ଉପ ନଗରପାଳ ଲଷ୍ମୀ ନାରାୟଣ ମେହେର ଙ୍କ ପରଲୋକ


ସୋନପୁର (ସର୍ଜନ କୁମାର ପାଣ୍ଡେ) ସୋନପୁର ମୁନସିପାଳଟି ର ପୂର୍ବତନ ଉପ ନଗରପାଳ ତଥା ସ୍ୱଚ୍ଛ ଭାରତ ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ଲଷ୍ମୀନାରାୟଣ ମେହେର ଙ୍କ ଗତକାଲି ଦିନ ଅପରାହ୍ନ ରେ ପରଲୋକ ଘଟିଛି । ସ୍ଥାନୀୟ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗତ ମେହେର ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଡେପୁଟି କଲେକ୍ଟର ଈପସିତା ମିଶ୍ର, ପୂର୍ବତନ ମସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପୂର୍ବତନ ପୌରାଧ୍ୟକ୍ଷ କଈରୁ ସ୍ୱାଇଁ, ବୀରମହାରାଜପୁର ପ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଯୁବ ନେତା ପ୍ରିୟବ୍ରତ ସାହୁ, କାଉନସିଲର ପିୟୁଷ ପଣ୍ଡା, ସ୍ୱଚ୍ଛ ଭାରତ ର ଅନ୍ୟତମ କର୍ମକର୍ତ୍ତା ।ସୟଦ ଅଲିମୁଲ ଇସଲାମ ଓ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ସ୍ୱଚ୍ଛ ଭାରତ ସୋନପୁର ମନମୁଣ୍ଡା , ରୋଟାରି କ୍ଲବ, ପଏଁରୀ, ଯୋଗାଳାୟ, ସୋନପୁର କଲେଜ ଏନସିସି, ରାମଧୁନ କ୍ଲବ, ରକ୍ତ ଦାତା ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ ସ୍ବର୍ଗତ ମେହେର ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହର ରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ମେହେର ଙ୍କ ଶବ କୁ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ କୁ ନିଆ ଯାଇଥିଲା ।

Post a Comment

Previous Post Next Post