ଜଳେଶ୍ବର ୨୬/୩ (ଜଗନ୍ନାଥ ଗୋଛୟତ) ଜଳେଶ୍ୱର ଥାନା ୬୦ ନମ୍ୱର୍ ଜାତୀୟ ରାଜପଥର ନନ୍ଦିକା ବାଏପାଶ ଠାରେ ଏକ ପରିବା ବୋଝେଇ ଟଟୋକୁ ଏକ ଦ୍ରୁତ ଗତିରେ ଯାଉଥିବା କାର ଧକ୍କା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ହୋଇ ଚିକିତ୍ସା ପାଇଁ ବାଲେଶ୍ଵରକୁ ସ୍ଥାନତାରିତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳ ୬ ଟା ସମୟରେ ଆର. ଆର. ପୁର ଗ୍ରାମର ଜ୍ୟୋତିଷ ଚନ୍ଦ୍ର ରାଉତ (୬୦) ଏବଂ ପୁଅ କାଳିଚରଣ ରାଉତ (୩୨) ନିଜର ପରିବା ଚାଷ ନେଇ ଟାଟୋ ଗାଡ଼ି (ଓଡି୦୧ -ଏ-୮୩୯୬) ଯୋଗେ ଜଳେଶ୍ଵର ହାଟକୁ ବିକ୍ରି କରିବାକୁ ଯାଉଥିବା ବେଳେ ନନ୍ଦିକା ବାଏପାଶ ଠାରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ କାର ଭାରସାମ୍ୟ ହରାଇ (ଡବ୍ଲୁ ବି ୩୬-ଜେ-୧୩୭୨)ଟି ହଠାତ୍ ତାଙ୍କ ଆଡ଼କୁ ମାଡି ଆସିଥିଲା ଏବଂ ଟଟୋକୁ ପଛରୁ ଧକ୍କା ଦେଇଥିଲା।ଏଥିରେ ବାପା ଜ୍ୟୋତିଷ ରାଉତ ଗୁରୁତର ହୋଇ ଥିବା ବେଳେ ତାଙ୍କୁ ତୁରନ୍ତ ଜଳେଶ୍ଵର ପ୍ରଥମେ ଜିକେ ଭଟର ଡାକ୍ତରଖାନା ଏବଂ ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି।ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରରେ ଥିବା ଗାଡ଼ି ମାଲିକ ଓ ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି। ତେବେ ପ୍ରଚୁର ମଦ୍ଯ ପାନ କରି ଗାଡ଼ି ଚଲାଉ ଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।

Post a Comment