ଜଳେଶ୍ଵର ୨୬/୩ (ଜଗନ୍ନାଥ ଗୋଛୟତ) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଣିଦା ଗ୍ରାମର ଜୟନ୍ତ ମହାନ୍ତି (୬୯) ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛନ୍ତି।ସ୍ବର୍ଗତ ମହାନ୍ତି ଆଜି ପୂର୍ବାହ୍ନରେ ବିଲକୁସାର ବୁଣିବାକୁ ଯାଉଥିବାବେଳେ ଘରୋଇ ଲିଫ୍ଟ ପଏଣ୍ଟ ମାଲିକ ଅନୀଲ ମହାନ୍ତିଙ୍କ ସେଲୁକୁ ଯାଇଥିବା ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଷ୍ଟେଟି ଚାର୍ଯ୍ୟ ହୋଇ ରହିଥିବା ନ ଜାଣି ସେ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି । ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ଵର ଜି କେ ଭଟ୍ଟର ଡାକ୍ତରଖାନାକୁ ନେଇଆସିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଲିଫ୍ଟ ପଏଣ୍ଟ ମାଲିକର ଅବହେଳା ଯୋଗୁଁ ଏହା ଘଟିଥିବା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ସହିତ ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ସି.ପି.ଏମ୍ ନେତା ପଲଟୁ ଦାସ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।ସେହିପରି ସୁଗୋ ସରପଞ୍ଚ ଜୟନ୍ତୀ ପରିଡ଼ା ସ୍ୱର୍ଗତ ମହାନ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଉପଯୁକ୍ତ କ୍ଷତି ପୂରଣ ରେଡ଼କ୍ରସ ପାଣ୍ଠିରୁ ପ୍ରଦାନ କରିବା ପାଇଁ ତହସିଲଦାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।
ବିଦ୍ୟୁତ୍ ଆଘାତରେ ଚାଷୀ ମୃତ ,ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସରପଞ୍ଚଙ୍କ ପକ୍ଷରୁ ତହସିଲଦାରଙ୍କ ନିକଟରେ ଦୃଢ଼ ଦାବୀ
ଆଜତକ ଓଡ଼ିଶା
0
Post a Comment