ସୋପକିଟ- କ୍ୟାମ୍ପସ୍ ପିଟ୍ ର ନିମ୍ନ ମାନ କାମ କୁ ନେଇ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ


ଧର୍ମଗଡ, (ପ୍ରଦିପ ସେଠିଆ)  ଧର୍ମଗଡ ବ୍ଲକ୍ ର ପଞ୍ଚାୟତ ର ଅନ୍ତର୍ଗତ  ପ୍ରତେକ ଗାଆଁ ରେ  ଏବେ ସୋପିଟ୍- କମ୍ପସପିଟ  ନିର୍ମିତ ହୋଇଛି। ପ୍ରତେକ ପଞ୍ଚାୟତ ର ଗାଆଁ ମାନଙ୍କ  ଗରିବ  ରେଖା  ଓ   ମାଧ୍ୟବିକ ପରିବାର ଘର ରେ  ନିର୍ମିତ ହୋଇଛି ।ହେଲେ  ନିର୍ମିତ  କାମ  ଅତି ନିମ୍ନମାନର  ହେଉଥିବା ନେଇ ହିତାଧିକାରି ଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି ।ସୂଚନା ଯେ  ମନରେଗା ଯୋଜନା ମାଧ୍ୟମରେ ଏହି କାମ ଏହିକାମ ହୋଇଥିବା ବେଳେ ପରିବେଶ ସୁରକ୍ଷା ଦୁର୍ଷ୍ଟି କୋଣ କୁ ଆଖି  ଆଗରେ ନିର୍ମାଣ ବ୍ୟବସ୍ଥା ହାତ କୁ ନିଆ ଯାଇଛି।ପରିବାର ଲୋକଙ୍କୁ ବାସନ କୁସନ ସଫା ସୁତୁରା ଓ ଆବର୍ଜନା ରଖିବା ଉଦେଶ୍ୟ  ରେ  ଏହା ନିର୍ମିତ ହୋଇଛି। ସେଥିପାଇଁ ପଞ୍ଚାୟତ ଅଧିନରେ ମନରେଗା ଯୋଜନା ମାଧ୍ୟମରେ ଏହି କାମ ଆଗେ଼ଇ ଚାଲିଛି ।ଏହି କାମ କରିବାକୁ ପଞ୍ଚାୟତ ସରପଞ୍ଚମାନେ ଠିକାଦାର ନିଯୁକ୍ତି କରିଥିବ  ଚର୍ଚା  ହେଇଛେ । ସୋପିଟ- କମ୍ପସ୍ ପିଟ୍  ନିର୍ମାଣ ଲାଗି ୭ ହଜାର ବିୟଗ  ଥିଲାବେଳେ ଠିକାଦାର ନିଯୁକ୍ତି ଯୋଗୁଁ ତାହା ନିମ୍ନମାନର  କାମ ହୋଇଥିବାର  ଆଲୋଚନା  ହୋଇଛି ।ଉକ୍ତ  କାମ ଗୁଡ଼ିକୁ  ରଫାଦଫା  କାମ କରି ସାରିଦେବ ଉଦ୍ୟମକୁ  ବୁଦ୍ଧିଜୀବୀ ମହଲରେ  ତିବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି।  ଏପରିକି  ୭ ହଜାର ବ୍ୟୟ  ଥିବାବେଳେ  ୩୦୦୦-୪୦୦୦ ଖର୍ଚ୍ଚ  ହେଉଥିବା  ହିତାଧକାରୀ  ପ୍ରକାଶ  କରୁଛନ୍ତି । ଏହି କାମରେ  ପଞ୍ଚାୟତ  ପ୍ରତିନିଧି , କାରଯ୍ୟନିର୍ବାହୀ, ଠିକାଦାର ମିଳିମିଶି ସରକାରି  ଅର୍ଥକୁ ହଡବ୍  କରିବା ଉଦ୍ଦେଶ୍ୟ  ରଖିଥିବା  ନେଇ ଅଞ୍ଚଳ ର ଲୋକଙ୍କ ମଧ୍ୟରେ ଆଲୋଚନା  ସୃଷ୍ଟି ହେଉଛି। ନିମ୍ନମାନର କାମ ହୋଇଥିବାରୁ ପ୍ରସନ୍ନବାଚି  ଉଠୁଛି।ତେବେ ବିଭାଗ୍ୟ ଯନ୍ତ୍ରୀ ତତ୍ତ୍ଵାବଧାନରେ ବ୍ୟବସ୍ତା ଥିଲେ ମଧ୍ୟ ଯନ୍ତ୍ରୀଙ୍କ  ଦର୍ଶନ ମିଳୁ ନ ଥିବ  ଅଭିଯୋଗ ହୋଇଛି। ବ୍ଲକ୍ ପ୍ରଶାସନ  ଏଥପ୍ରତି ଦୃଷ୍ଟି  ଦେବାକୁ ଦାବି ହେଉଛି । ଏ ନେଇ ଧର୍ମଗଡ ବିଡ଼ିଓ  ଶରତ କୁମାର  ସେଠିଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ  ତଦନ୍ତ ନେଇ ପଦେକ୍ଷପ ନିଆଯିବ ବୋଲି  ପ୍ରକାଶ କରିଛନ୍ତି ।

Post a Comment

Previous Post Next Post