ଇକୋ କ୍ଲବ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ


ହରଭଙ୍ଗା :୨୨/୩ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ନର୍ସରୀ ଠାରେ ଜିଲ୍ଲାର ୫୦ ଗୋଟି ଇକୋ କ୍ଲବ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ନୋଡାଲ ଅଫିସର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ତାଲିମ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ପରିବେଶ ପ୍ରତି ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ନିଜ ସ୍କ୍ଲୁଲ କୁ ସ୍ୱଚ୍ଛ ରଖିବlକୁ ପରାମର୍ଶ ଦେବା ସହ ସମସ୍ତ ବିଦ୍ୟାଳୟରେ ଗଚ୍ଛ ଚାରା ଉତ୍ପାଦନ କେନ୍ଦ୍ର ସ୍ରୁଷ୍ଟି କରି ଜୁଲାଇ ମାସରେ ଛାତ୍ରଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କାରିବାକୁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଓ ସାଧନ କର୍ମୀ ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଯୋଗ ଦେଇ ବିଭିନ୍ନ ଚାରା ଉତ୍ପାଦନ , ମଞ୍ଜି ସଂଗ୍ରହ, ଚାରା ଚୟନ ବିଷୟରେ ତାଲିମ ଦେବାସହ ଜଙ୍ଗଲ ବିଭାଗ ତରଫରୁ ସମସ୍ତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସହକାରୀ ବନ ସଂରକ୍ଷକ ଆଶିଷ କୁମାର କଂହର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଇକୋ କ୍ଲବ ଜିଲ୍ଲା ସଂଯୋଜକ ସ୍ବରାଜ କୁମାର କଂହର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ସାଧନ କର୍ମୀ ଭାବେ ମାଷ୍ଟର ଟ୍ରେନର ଅଧ୍ୟାପକ ଡ଼ ପ୍ରବୀର କୁମାର ଦାସ , ପଦ୍ମଜା ପତି ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ପଲିଥିନ ମୁକ୍ତ ବିଦ୍ୟାଳୟ,ନିଶା ନିବାରଣ, ପରିବେଶ ପ୍ରକଳ୍ପ ତିଆରି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଚାରା ପ୍ରସ୍ତୁତି କିପରି କରିବେ ତାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଫରେଷ୍ଟର ସ୍ଵାଧୀନ କୁମାର ସାମଲ କରିଥିଲେ । ସିଡ ବଲ ପ୍ରସ୍ତୁତି କିପରି କରିବେ ତାର ଉପରେ ସାମାଜିକ କର୍ମୀ କୃତିବାସ ପଲିଆ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତାଲିମ ପରେ ସମସ୍ତ ଶିକ୍ଷକ ମାନେ ପ୍ରତ୍ୟକ୍ଷ ଭାବେ ନିଜେ ସେଠାରେ ଜରିରେ ମାଟି ଭର୍ତି କରି ନର୍ସରୀ ବେଡ୍ ପ୍ରସ୍ତୁତ କରିବାସହ ସିଡ୍ ବଲ୍ ତିଆରି କରିଥିଲେ । ସମସ୍ତ ଶିକ୍ଷକ ମାନଙ୍କୁ ପ୍ରମାଣ ପତ୍ର ସହ ଟୋପି ଓ ବ୍ୟାଗ୍ ପ୍ରଦାନ କରାଯାଇଥିଲା । ଶେଷରେ ମାଷ୍ଟର ଟ୍ରେନର ସାଧୁ ଚରଣ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post