ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର କେସିୟର


ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜଳସମ୍ପଦ ବିଭାଗର କେସିୟର ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ହେଲେ।ଜଳସମ୍ପଦ ବିଭାଗର କେସିୟର ପ୍ରଦୀପ କୁମାର ରାଉତ। ସୂଚନା ଅନୁସାରେ ବସ୍ତା ଥାନା ସନ୍ତୋଷ ପୁର ଗ୍ରାମ ର ଠିକାଦାର ଲୋକନାଥ ଜେନା ବାଲେଶ୍ଵର ଇରିଗେସନ ଡିଭିଜନ ରେ ଦୁଇଟି କାମ ଗତ ୨୦୨୦-୨୧ ମସିହା ଆର୍ଥିକ ବର୍ଷ ରେ କାମ କରି ତାହା ପୂର୍ଣ୍ଣାଙ୍ଗ କରିଛନ୍ତି। ହେଲେ ସରକାରୀ ନିୟମ ଅନୁସାରେ ଯେକୌଣସି ଠିକାଦାର କାମ ଆରମ୍ଭ ପୂର୍ବରୁ କିଛି ସିକ୍ଯୁରିଟି ଟଙ୍କା ଡିପୋଜିଟ ରହିଥାଏ। ଏବଂ କାମ ସରିବାର ଏକବର୍ଷ ପରେ ଉକ୍ତ ଟଙ୍କା ଫେରସ୍ତ ମିଳିଥାଏ। ତେବେ ଠିକାଦାର ଲୋକନାଥ ତାଙ୍କର ସିକ୍ଯୁରିଟି ଟଙ୍କା ଫେରସ୍ତ ପାଇଁ ବିଭାଗୀୟ ଅଧିକାରୀ ମାନେ ଫାଇଲ ପାଶ କରିଥିବା ବେଳେ କେସିଅର ୫୦୦୦ ଟଙ୍କା ନଦେଲେ, ଟଙ୍କା ଦେବେ ନାହିଁ କହିବା ପରେ , ଲୋକନାଥ ଭିଜିଲାନ୍ସ ବିଭାଗ କୁ ଜଣାଇ  ୫ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଧରିଲା।ଏନେଇ ଭିଜିଲାନ୍ସ ଅଫିସର ମାନେ ଅଧିକ ପଚରାଉଚରା କରୁଛନ୍ତି ପ୍ରଦୀପ ଙ୍କୁ। ସିକୁରିଟି ଟଙ୍କା ରିଲିଜ ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଭିଜିଲାନ୍ସ ଏଏସପି ସୂଚନା ଦେଇଛନ୍ତି। ତେବେ ତାଙ୍କର ଅଫିସ, ଭଡାଘର ସହିତ ଭଦ୍ରକ ର ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି।

Post a Comment

Previous Post Next Post