ଜଳେଶ୍ୱର (ଜଗନ୍ନାଥ ଗୋଛୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି କ୍ଷିରୋଦ ପ୍ରସାଦ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଜନ ମାନସର ନେତା ସ୍ବର୍ଗତ ଗୌର ଗୋପାଳ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ବିଶାଳ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଅଛି। ସ୍ବର୍ଗତ ଗୌରଗୋପାଳ ଦାସ ଥିଲେ ଜଣେ ସଂଗ୍ରାମୀ, ସାଲିସ ବିହୀନ, ସ୍ୱାଭିମାନି, କ୍ରାନ୍ତିକାରୀ, ନିର୍ଭୀକ ଜନନେତା। ସେ ସବୁବେଳେ ଲୋକମାନଙ୍କ ସମସ୍ୟା ଏବଂ ଅଞ୍ଚଳର ବିକାଶ ପାଇଁ ଲଢ଼େଇ କରୁଥିଲେ। ତାଙ୍କର ଲଢେ଼ଇ ଯୋଗୁଁ ଜଳେଶ୍ଵର- ଜମାଳପୁର-ଚୋରମାରା ରାସ୍ତା, ରାଜଘାଟ ରେଳହଲ୍ଟକୁ ରେଳ ଷ୍ଟେସନରେ ପରିଣତ କରିବା ଓ ଓଳିନ୍ଦା ରେଳ ଫାଟକ ପ୍ରତିଷ୍ଠା କରିଥିଲେ। ରକ୍ତ ଅଭାବରୁ କୌଣସି ବ୍ୟକ୍ତି ଯେମିତି ମୃତ୍ୟୁ ନ ହେବ ସେଥିପାଇଁ ସବୁବେଳେ ତତ୍ପର ଥିବା ତଥା ନିଜକୁ ସବୁବେଳେ ଅନ୍ୟ ପାଇଁ ଉସର୍ଗୀକୃତ ରଖୁଥିବା ଗୌର ବାବୁ ପରି ଜନ ନେତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ହେଉଛି ଦ୍ୱିତୀୟ ରକ୍ତଦାନ ଶିବିର। ଏହା ପୂର୍ବରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ବର୍ଷ ପୂର୍ବେ ଏଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା, ଯେଉଁଥିରେ ତିନି ଶହରୁ ଅଧିକ ରକ୍ତଦାତା ରକ୍ତଦାନ କରିଥିଲେ। ଏ ବର୍ଷ ମଧ୍ୟ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ୨୬ ତାରିଖରେ କ୍ଷିରୋଦ ପ୍ରସାଦ ସରକାରୀ ନୋଡାଲ ଉ:ପ୍ରା: ବିଦ୍ୟାଳୟ କୋଟସାହି ଠାରେ ଏକ ବିଶାଳ ରକ୍ତଦାନ ଶିବିର ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ୱର୍ଗତ ଗୌର ଗୋପାଳ ଦାସଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ରକ୍ତଦାନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ପାଇଁ ଅନୁରୋଧ କରା ଯାଇଛି। ଉକ୍ତ ପ୍ରସ୍ତୁତି ବୈଠକରେ ଆବାହକ ଯୁବ ନେତା ଚନ୍ଦନ କୁମାର କର, ସତ୍ୟଶୋଭନ ମିଶ୍ର, ରାସ ବିହାରି ରଣା ଓ କାଳିଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତର ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ପୂର୍ବତନ ବିଜେଡି ସଭାପତି ଭୂପତି ଚରଣ ମିର୍ଦ୍ଧା, ନଛିମପୁର ପଞ୍ଚାୟତର ସରପଞ୍ଚ ରାଜେଶ କୁମାର ଜେନା, ଡିପିପୁର ସମିତି ସଭ୍ୟ ମୁକୁନ୍ଦ ରଞ୍ଜନ ଜେନା, ପଶ୍ଚିମବାର୍ଡ ସମିତି ସଭ୍ୟ ହରିଶ୍ଚନ୍ଦ୍ର ଜେନା, ଖୁଲୁଡ଼ା ସମିତି ସଭ୍ୟ ବାଦଲ ବେହେରା, ରାଜପୁର ସମିତି ସଭ୍ୟଙ୍କ ପ୍ରତିନିଧି ଜୟଦେବ ବିଶ୍ଵାଳ, କୋଟସାହି ବିଜେଡି ସଭାପତି ବିଶ୍ଵନାଥ ଦାସ ମହାପାତ୍ର, ଆରୁହା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର, କୋଟସାହି ଏମବିକେ ରିନାରାଣୀ ବେହେରା, ସଂଖ୍ୟାଲଘୁ ଯୁବ ବିଜେଡି ନେତା ସେଖ ହସିରୁଦ୍ଦିନ ବକ୍ସ, ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ପାତ୍ର, ରବିନ୍ଦ୍ର ନାଥ ଗିରି, ଅରବିନ୍ଦ ସାହୁ, ମୁନା ଭୂୟାଁ, ଅଙ୍ଗନୱାଡ଼ି ନେତ୍ରୀ ସବିତା ପରିଡ଼ା, ସାଗରିକା ଦାସ ମହାପାତ୍ର, ଯମୁନା ମହାନ୍ତି ଓ ରୁନୁ ଟୁଡୁ ପ୍ରମୁଖ ଗୌରପ୍ରେମୀ ମଞ୍ଚାସୀନ ଥାଇ ରକ୍ତଦାନ ଶିବିରକୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।

Post a Comment