ପାଞ୍ଚ ଜଣ ଚିତ୍ର ଶିଳ୍ପୀ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ଜିଲ୍ଲାପାଳ


ବୌଦ୍ଧ,୨୨/୩ (ସୁଶାନ୍ତ କୁମାର ବେହେରା) : ବୌଦ୍ଧ ଜିଲ୍ଲାର ୫ ଜଣ ଦୁସ୍ଥ କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁ । ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ୫ ଜଣ କଳାକାର (ଚିତ୍ରଶିଳ୍ପୀ) ଆର୍ଥିକ ଅବସ୍ଥା ଭଲ ନଥିବାରୁ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ। ସେମାନଙ୍କ ବିଷୟରେ ଉପଯୁକ୍ତ ତଦନ୍ତ ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସମସ୍ତ ଦୁସ୍ଥ କଳାକାରଙ୍କୁ ଡକାଇ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଆଗକୁ ଜଣେ ଜଣେ ଭଲ ଚିତ୍ର ଶିଳ୍ପୀ ହୋଇ ଜିଲ୍ଲା ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ । ଏହି ଆର୍ଥିକ ସହାୟତା ପାଇଥିବା କଳାକାର ମାନେ ହେଲେ, ହରଭଙ୍ଗା ବ୍ଲକ ହରଭଙ୍ଗା ର ସାମ୍ବରୁ ନାଏକ ବୌଦ୍ଧ ସଦରର ଲୀପସା ମାନସିଂହ, ରୁଗୁଡ଼ିପାଲି କଣ୍ଟାମାଳ ର ରିପନ୍ ପରିଛା,ପଲଶାଗୋରା କଣ୍ଟାମାଳ ର ନିବାସ ସୁନା ଓ ବୌଦ୍ଧ ବଡ଼ରାହା ଜୋର ର ସୁନିଲ ଭୋଇ ହୋଇଥିବା ବେଳେ ସହାୟତା ପ୍ରଦାନ ସମୟରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ଓ କନିଷ୍ଠ ରାଜସ୍ବ ସହାୟକ ସୋମେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post