ଶୋଇବା ଘରୁ ଯୁବକଙ୍କର ମୃତଦେହ ଉଦ୍ଧାର


ଭୋଗରାଇ ୨୯/ ୩ ( ଚିନ୍ମୟ କୁମାର ଦାସ )ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ଗ୍ରାମପଞ୍ଚାୟତ ଅଧିନ ତିଳଦାପଡ଼ା ଗ୍ରାମରେ ଏକ ଅଘଟଣ ଘଟିଯାଇଛି, ଗତ ମଙ୍ଗଳବାର ସଂଧ୍ୟାରେ ଘରେ କେହିନଥିବା ସମୟରେ କାର୍ତ୍ତିକ ପ୍ରଧାନଙ୍କ ପୁଅ ଶୁଶାନ୍ତ ପ୍ରଧାନ(୨୪) ଘରଭିତର ପଟୁ କବାଟ ମାରି ଫାସିଟାଙ୍ଗି ଦେଇଥିଲେ । ପରିବାର ଲୋକ ଜାଣି ପାରି ତାଙ୍କୁ ସଙ୍ଗେ ସଙ୍ଗେ ଜଳେଶ୍ଵରପୁର ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ରଙ୍କୁ ନେଇଯାଇଥିଲ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, କମର୍ଦ୍ଦା ପୋଲିସ ସବକୁ ଜବଦ କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲେ,ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ , ଏନେଇ କମର୍ଦ୍ଦା ପୋଲିସ ୫/୨୩ନମ୍ବରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।ଏହି ଖବର ପ୍ରସାର ପରେ ସମଗ୍ର ଅଞ୍ଚଳରେ ଶୋକାକୋଳପରି ବେସ ସୃଷ୍ଟି ହୋଇଛି ।

Post a Comment

Previous Post Next Post