ଅଜଣା ଗାଡି ଧକ୍କା ଯୁବକର ମୃତ୍ୟୁ


ଭୋଗରାଇ (ଚିନ୍ମୟ କୁମାର ଦାସ) ୨୯/ ୩ ଭୋଗରାଇ ବ୍ଲକ ଅନ୍ତର୍ଗତ ବାଉଁଶଡିହା ଗ୍ରାମପଞ୍ଚାୟତ ଅଧିନ ସେହି ଗ୍ରାମରେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଜଳେଶ୍ଵର ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ବାଉଁଶଡିହା ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି ।ସୂଚନାରୁ ପ୍ରକାସ ଯେ ସେହି ଗ୍ରାମର ହେମନ୍ତ ସେଠୀଙ୍କ ପୁଅ ବାସୁଦେବ ସେଠୀ (୧୬)ନାମକ ଜଣେ ଯୁବକ ମେଲୋଡି ଦେଖି ସାରି ଘରକୁ ଫେରିବା ସମୟରେ ରାସ୍ତାରେ ପଛ ପଟୁ ଏକ ଅଜଣା ଗାଡ଼ି ଧକ୍କା ଦେବା ପରେ ବାସୁଦେବ ରାସ୍ତାରେ ପଡ଼ି ଯିବା ପରେ ଗାଡିଟି ମାରିଚାଲିଯାଇଥିଲା ।ମାତ୍ର ଦୁର୍ଘଟଣା ଘଟାଇଥିବା ଗାଡ଼ି ଟି ସେଠାରୁ ପଳାଇଯାଇଥିଲା।ବାସୁଦେବ ରାସ୍ତାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଏବଂ ଦୋକାନିମାନେ ବାସୁଦେବ କୁ ପ୍ରଥମେ ଜଳେଶ୍ଵର ପୁର ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ , ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଉଥିଲେ। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ,ଶବକୁ ବାଲେଶ୍ଵର ଡାକ୍ତରଖାନାକୁ ନେଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏହି ଖବର ଜାଣିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି ।

Post a Comment

Previous Post Next Post