ଭୋଗରାଇ : (ଚିନ୍ମୟ କୁମାର ଦାସ) ପଞ୍ଚାୟତ ଠାରୁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଓଡିଶାର ଭୋଟର । ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ସେମାନେ ହିତାଧୂକାରୀ ।ପଂଚାୟତ ଠାରୁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଓଡିଶାର ଭୋଟର । ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ସେମାନେ ହିତାଧୂକାରୀ । ମାତ୍ର ରାଜସ୍ବ ବିଭାଗ ରେକର୍ଡରେ ସେମାନେ ଓଡିଶାର ନୁହଁନ୍ତି । ସେମାନେ ପଶ୍ଚିମବଙ୍ଗର ବାସିନ୍ଦା । ପଶ୍ଚିମବଙ୍ଗ ସରକାର ୧୯୯୦ ମସିହାରୁ ନକ୍ସା ଜାରି କରି ଏହି ଗ୍ରାମକୁ ନିଜ କବ୍ଜାକୁ ନେଇ ଯାଇଛି । ଯାହା ପରେ ଏହି ଗାଁ ଭିତରେ ରହି ଅଣନିଶ୍ବାସୀ ହୋଇପଡିଲାଣି ଓଡିଆ ଲୋକେ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନଳିଆ ପଂଚାୟତ ଅନୁଗତ ଏହି ଗାଁ ହେଉଛି ଶଙ୍ଖାମେଦୀ । ଏହି ଗାଁରେ ୧୫୦ ପରିବାର ରୁହନ୍ତି । ବାସିନ୍ଦା ସଂଖ୍ୟା ୫୪୦ । ମୂଳ ବାସିନ୍ଦା ଭାବରେ ୪୦୫ ଜଣ ତହସିଲ ଭୂକ୍ତ ଜାତିର ହୋଇଥିବା ବେଳେ ବହିରାଗତ ୧୩୧ ଜଣ ମୁସଲିମ ସଂପ୍ରଦାୟର । ଗାଁଟିକୁ ତିନି ଦିଗରୁ ଘେରି ରହିଛି ପଶ୍ଚିମବଙ୍ଗର ସଶ୍ବରପୁର , ପୁରୁଷୋତମପୁର ଓ ପଶ୍ଚିମ ସନ୍ଥେଶ୍ୱରପୁର ।ଗାଁର ପ୍ରବେଶ ପଥରେ ରହିଛି ୧୯୫୪ ମସିହାରେ ଓଡିଶା ସରକାରଙ୍କ ଦ୍ବାରା ସ୍ଥାପିତ ଓଡିଆ ପ୍ରାଥମିକ ବିଦ୍ୟାଳୟ । ଏଠାରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏ ପିଲା ପାଠ ପଢ଼ନ୍ତି । ପାଠପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ ରହିଛନ୍ତି । ଓଡିଶା ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ଦୁଇ ଶିକ୍ଷକଙ୍କୁ ଦରମା ଦେଉଛନ୍ତି । ୨୦୦୮ ମସିହାରେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟକୁ ଦ୍ବିତଳ ବିଶିଷ୍ଟ କରାଯାଇଥିବା ବେଳେ ସମସ୍ତ ପିଲାଙ୍କୁ ପୋଷାକ ଓ ବହିପତ୍ର ଯୋଗାଇ ଦିଆଯାଉଛି ।ସେପଟେ ଗାଁ ମଝିରେ ଥିବା କାଳିମନ୍ଦିରକୁ ଲାଗି ଓଡିଶା ସରକାରଙ୍କ ଅନୁଦାନରେ ତିଆରି ହୋଇଥିବା ଯୁବକ ସଂଘ ଘରେ ଚାଲିଛି ବଙ୍ଗଳା ବିଦ୍ୟାଳୟ । ଯେଉଁଠାରେ ୪୦ରୁ ଅଧିକ ପିଲା ପଢୁଛନ୍ତି ବଙ୍ଗଳା ପାଠ । ହେଲେ ଓଡିଶା ସରକାର ଏଠାରୁ ଭୂ - ରାଜସ୍ବ ଆଦାୟ କରୁନାହାନ୍ତି । ଫଳରେ ଓଡ଼ିଆ ଭୋଟରମାନଙ୍କୁ ନା ଓଡ଼ିଶା ସରକାରଙ୍କ ପକ୍ଷରୁ ପକ୍କାଘର ସୁବିଧା ମିଳୁଛି ନା ଜାତି ପ୍ରମାଣ ପତ୍ର କିମ୍ବା ବାସିନ୍ଦା ପ୍ରମାଣ ପତ୍ର । ସମବାୟ ସମିତିରୁ ଋଣ ନେଣଦେଣର ସୁବିଧା ୧୯୮୩ ମସିହା ଠାରୁ ପାଇବାରୁ ଗ୍ରାମବାସୀମାନେ ବଂଚିତ ଅଛନ୍ତି ।ଗ୍ରାମବାସୀ ରତନ ଜେନା , ଶତ୍ରୁଘ୍ନନ ଜେନା କହିଛନ୍ତି , ୧୯୨୨ - ୨୩ ଭୂ - ବନ୍ଦୋବସ୍ତୁ ପରେ ୧୯୮୩ ମସିହାଠାରୁ ଓଡିଶା ସରକାର ଏହି ଗାଁରୁ ରାଜସ୍ବ ଆଦାୟ ବନ୍ଦ କରିଛନ୍ତି । ୧୯୮୨ ମସିହା ମେଜର ସେଟେଲମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଏହି ଗାଁକୁ ଓଡିଶାର ନକ୍ସା ଭୁକ୍ତ କରାଯାଇଥିଲେ ମଧ୍ୟ ୧୯୮୪ ମସିହାରେ ପଶ୍ଚିମବଙ୍ଗ ସରକାର ପୁଲିସ ସହାୟତାରେ ଏହି ଗାଁକୁ କବ୍ଜା କରିଥିଲା । ଫଳତଃ ଶଙ୍ଖାମେଦୀ ଗାଁର ନକ୍ସା ଆଉ ଓଡିଶା ମାନଚିତ୍ରରେ ସାମିଲ ହୋଇପାରିନଥିଲା । ୧୯୮୯ରେ ରାଜ୍ୟରେ ମେଜର ସେଟେଲମେଣ୍ଟର କାର୍ଯ୍ୟ ଶେଷ ହୋଇଥିଲା । ୧୯୯୦ ମସିହାରେ ପଶ୍ଚିମବଙ୍ଗ ସରକାର ଶଙ୍ଖାମେଦୀ ଗାଁର ଅବିକଳ ନକ୍ସାକୁ ପଶ୍ଚିମବଙ୍ଗ ସହିତ ଯୋଡିଦେଇଥିଲେ । ଏହା ସହିତ ୬୦ ପ୍ରତିଶତ ଓଡିଶା ଭୋଟରଙ୍କୁ ପଶ୍ଚିମ ବଙ୍ଗର ଭୋଟର ହିସାବରେ ମାନ୍ୟତା ଦେଇ ଉକ୍ତ ଗାଁକୁ ପଶ୍ଚିମବଙ୍ଗର ବାଧୂଆ ପଂଚାୟତ ବାଗବ୍ରଜକିଶୋରପୁର ୱାର୍ଡ ସହିତ ମିଶାଇ ଦେଇଛନ୍ତି । ତେଣୁ ଏଠାକାର ଅଧିବାସୀମାନେ ବାଧ୍ୟ ହୋଇ ପଶ୍ଚିମବଙ୍ଗ ସରକାରଙ୍କ ଶରଣରେ ପଶୁଛନ୍ତି । ଏଠାକାର ଲୋକଙ୍କୁ ରାସନ କାର୍ଡରେ ଚାଉଳ ମିଳୁଛି , ହେଲେ ଆବାସ ଯୋଜନାରେ ଘର ମିଳୁନି । ସେହିପରି ଅନେକ ସରକାରୀ ଯୋଜନାରେ ସହାୟତା ଲୋକଙ୍କୁ ମିଳୁ ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି । ସେମାନେ କେଉଁ ରାଜ୍ୟର ପ୍ରଷ୍ଟ କରାଯାଉନାହିଁ । ସରକାର ତୁରନ୍ତ ଏହି ଗାଁ କେଉଁ ରାଜ୍ୟର ସୃଷ୍ଟି କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ । ଫଳରେ ଏଠାରେ ବସବାସ କରୁଥିବା ଗରିବ ଲୋକଙ୍କ ଦୁଃଖ ଦୂର ହୋଇପାରିବ ।ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସନ୍ତୋଷ ଜେନା କହିଛନ୍ତି , କେବଳ ଶଙ୍ଖାମେଦୀ ନୁହେଁ ଓଡ଼ିଶାରେ ଏ ସମସ୍ୟା ଅନେକ ସ୍ଥାନରେ ରହିଛି । ଯାହାକୁ ମୁଖ୍ୟମନ୍ତ୍ରୀ ସମାଧାନ କରିବାକୁ ପଦକ୍ଷେପ ନେଉନାହାନ୍ତି । ତେଣୁ ଦୁଇ ରାଜ୍ୟ ସୀମାରେ ବସବାସ କରୁଥିବା ଲୋକେ କେଉଁ ଅଞ୍ଚଳର ତାହା ଜାଣିପାରୁନାହାନ୍ତି । ଶଙ୍ଖାମେଦୀର ଅନେକ ଲୋକ ଓଡ଼ିଶା ସରକାରଙ୍କ ଯୋଜନାର ଲାଭ ପାଉଛନ୍ତି । ମାତ୍ର ଓଡ଼ିଶାର ଲୋକ ବୋଲି ରେସିଡେନ୍ସି ସାର୍ଟିଫିକେଟ ଓ ପକ୍କାଘର ଯୋଜନା ସୁବିଧା ପାଉନାହାନ୍ତି । ଏଠାର ଓଡ଼ିଆ ପିଲାମାନେ ଓଡ଼ିଶାରେ ଚାକିରି କରିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଶଙ୍ଖାମେଦୀକୁ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗର ନଚେତ୍ ଓଡ଼ିଶାର କରାଯାଉ । ଏଠାରେ କୌଣସି ପ୍ରକାର ଦ୍ବନ୍ଦ୍ବ ରଖା ନ ଯାଉ । କଂଗ୍ରେସ ନେତା ସତ୍ୟଶିବ ଦାସ କହିଛନ୍ତି , ଶଙ୍ଖାମେଦି ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର । ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରଠାରୁ ଏହି ଗାଁ ଓଡ଼ିଶାର ଅଂଶ ହୋଇ ରହିଥିଲା । ୧୯୯୦ ମସିହା ପର୍ଯ୍ୟନ୍ତ ରାଜସ୍ବ ଆଦାୟ କରୁଥିବା ଓଡ଼ିଶା ସରକାର ହଠାତ୍ ଏଠାରୁ ରାଜସ୍ବ ବନ୍ଦ କରିଦେଲେ । ଏହାପରେ ପଶ୍ଚିମବଙ୍ଗ ଏହାକୁ ସରକାରୀ ରେକର୍ଡରେ ତାଙ୍କର ବୋଲି କବ୍ଜା କରିନେଲା । ଏଥ୍ସହ ଆଙ୍ଗୁଳାଏ ଜାଗା ଛାଡ଼ିବେନି ବୋଲି ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାର ଏଠାର ଓଡ଼ିଆ ଲୋକଙ୍କ ଭାଗ୍ୟ ଭବିଷ୍ୟକୁ ଅନିଶ୍ଚିତତା ଭିତରକୁ ଠେଲି ଦେଲେ । ତୁରନ୍ତ ଏଠାର ଓଡ଼ିଆଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉ । ଏଠାର ଲୋକେ କେଉଁ ସରକାରଙ୍କ ସବୁ ସୁବିଧା ପାଇବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଶି ତାହା ସୁନିଶ୍ଚିତ କରାନ୍ତୁ ।କେବଳ ଭୋଗରାଇ ବ୍ଲକରେ ଶଙ୍ଖାମେଦୀ ଗାଁ ନୁହେଁ ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକର ଉଦୟପୁର , ସାହାବାଜିପୁର ସହିତ ଜଳେଶ୍ବର ବ୍ଲକର ସର୍ଦ୍ଦାର ବନ୍ଧ , ଦକ୍ଷିଣ ପ୍ରହରାଜପୁର , ମାଙ୍କିଡିଆ ଆଦି ୮୧ଟି ଗାଁର ଲୋକେ ଏବେ ସୀମା ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି । ଭୋଗରାଇ ବ୍ଲକର ତଥ୍ୟ ଅନୁଯାଇ ଶଙ୍ଖାମେଦୀ ଗାଁକୁ ୯୦ଟି ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା , ୨୮ ଜଣକୁ ବାର୍ଷିକ ଭତ୍ତା , ୧୨୦ ପରିବାରକୁ ରେସନକାର୍ଡ ସହିତ ପ୍ରତି ଘରକୁ ରାଜୀବ ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି । ମାତ୍ର ସେମାନେ ବିପଦସଙ୍କୁଳ ଘରେ ରହୁଥିଲେ ହେଁ ପକ୍କାଘର ଯୋଜନାର ସୁବିଧା ପାଉନାହାନ୍ତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୩ ବର୍ଷ ପରେ ବି ଆନ୍ତଃରାଜ୍ୟ ସୀମା ସମସ୍ୟା ସୁଧୁରିଲା ନାହିଁ । ଆଉ ଦୁଇଦିନ ପରେ ରାଜ୍ୟ ସରକାର ଉତ୍କଳ ଦିବସ ପାଳନ କରିବାକୁ ଯାଉଥିବାରୁ ଏହାର ସମୁଚିତ ସମାଧାନ କରିବାକୁ ଦାବି ହୋଇଛି । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ମତ ମିଳିପାରିନି ।

Post a Comment