ଚୈତ୍ର ମାସ ଦ୍ୱିତୀୟ ସୋମବାର ଚନ୍ଦନେଶ୍ୱର ଶୈବପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ


ଭୋଗରାଇ ୨୭/୩ (ଚିନ୍ମୟ କୁମାର ଦାସ)ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକରେ ଥିବା ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵର ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ସମସ୍ତେ ଶୃଙ୍ଖଳିତ ଭାବେ ମନ୍ଦିର ମଧ୍ୟରେ ପୂଜାର୍ଚ୍ଚନା କରି ଶ୍ରୀଜିଉଙ୍କୁ ପଇଡ , କ୍ଷୀର ଆଦି ଅର୍ପଣ କରିଥିଲେ । ତାଳସାରୀ ସାମୁଦ୍ରିକ ଥାନାର ପୋଲିସ ସବୁଠି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସୂଚନା ଅନୁଯାୟୀ , ଆଜି ଚୈତ୍ରମାସ ଦ୍ୱିତୀୟ ସୋମବାର ହୋଇଥିବାରୁ ଚନ୍ଦନେଶ୍ବରରେ ପ୍ରାୟ ଏକ ଲକ୍ଷରୁ ମାନସିକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରାୟ ୩ ହଜାରରୁ ଅଧିକ କେଶ ମୁଣ୍ଡନ ହୋଇଥିବା ବେଳେ ହଜାର ହଜାର କାଉଡିଆ ନୀଳ ପୋଖରୀରୁ ପାଣି ନେଇ ଅନ୍ୟ ପୀଠକୁ ଯାଇଥିଲେ ।ମୈ।ରସୀ ତପନ ପଣ୍ଡା ଓ ସେବାୟତ ବୁଦ୍ଧଦେବ ପଣ୍ଡା ଭୋର ୪ଟାରୁ ମନ୍ଦିରର ନିତ୍ୟ ପୂଜାକରି ଥିଲେ ।ପୂଜା ଶେଷ ହେବା ପରଠାରୁ ମନ୍ଦିର ପ୍ରବଳ ଭିଡ ଲାଗି ରହିଥିଲା । ଗର୍ଭ ଗୃହକୁ ଗୋଲେଇ ଠାରୁ ମନ୍ଦିର ପର୍ଯ୍ୟନ୍ତ ଅଧିକ ଟ୍ରାଫିକ ସମସ୍ୟା ଲାଗି ରହିଥିଲା । ତେବେ ପ୍ରବଳ ଗହଳି ସତ୍ତ୍ଵେ କୌଣସି ସମସ୍ୟା ଉପୁଜି ନଥିବା ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ କହିଥିଲେ । ଏହାଛଡା ଦଣ୍ଡ ପଡ଼ିବା , ବାଦଶା ହରିଲୁଟ ଆଦି ପାଇଁ ମଧ୍ୟ ପ୍ରବଳ ଗହଳି ହୋଇଥିଲା । ପ୍ରବଳ ଭିଡ ପାଇଁ ପୁରୋହିତମାନେ ନାଟ ମନ୍ଦିର , ନେତ୍ର କୁଣ୍ଡ , ବର ଗଛ ନିକଟରେ ମଧ୍ୟ ପୂର୍ଜା ଅର୍ଚ୍ଚନା କରି ଥିଲେ।

Post a Comment

Previous Post Next Post