ଭୋଗରାଇ ୨୭/ ୩ (ଚିନ୍ମୟ କୁମାର ଦାସ) ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ ଆରୁହାବୃର୍ତ୍ତି ୧ଗ୍ରାମପଞ୍ଚାୟତ ଅଧିନ ବାରବାଟିଆ ଗ୍ରାମରେ ଜଣେ ସଫଳ ଭେଣ୍ଡିଚାଷି ହେଉଛିନ୍ତି ।ସଞ୍ଜିତ କୁମାର ଦେ (୪୫) ପିତା ସ୍ଵରଗତ ପୁରୁଷୋତମ ଦେ। ସଞ୍ଜିତ ଅକ୍ଳାନ୍ତ ପରିଶ୍ରମ ଫଳରେ ୧୦ଘୁଣ୍ଟ ଜମି ରେ ଭେଣ୍ଡିଚାଷ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି |ସେ ଦିର୍ଘ ୧୦ବର୍ଷ ଧରି ଭେଣ୍ଡି ଚାଷକୁ ନିଜର ରୋଜଗାର ପନ୍ଥା ଭାବେ ଆପଣାଇଛନ୍ତି । ତାଙ୍କର ପରିବାର କହିଲେ ସ୍ତ୍ରୀ ଓ ପୁଅ ।ଏହି ଚାଷ ଉପରେ ନିର୍ଭର କରି ତିନି କୁଟୁମ୍ବକୁ ଚଳାଇ ଆସୁଛନ୍ତି | ୧୦ଘୁଣ୍ଠ ଖେତରେ ବର୍ଷକୁ ପ୍ରାୟ୫୦/୬୦ ହଜାର ଟଙ୍କା ରୋଜଗାର କରିଥାନ୍ତି | ବର୍ତ୍ତମାନ ଏହି ଚାଷର ପ୍ରଧାନ ଶତୃ ହେଉଛି। ପୋକ ଓ ମାଙ୍କଡ଼ ମାଙ୍କଡ଼ଦାଉରୁ ରକ୍ଷାକରିବା ପାଇଁସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜର ଖେତରେ ରହିଥାନ୍ତି. ପୋକ ଦାଉରୁ ଭେଣ୍ଡି ଗଛ କୁ ରକ୍ଷାକରିବା ପାଇଁ ସେ ମେସିନ ଦ୍ଵାରା ଔଷଧ ସିଞ୍ଚନ କରିବା ସହ ଏହି ପରିବାକୁ ନେଇ ମାର୍କେଟରେ ବିକ୍ରି କରି ଭଲ ଦି ପଇସା ଲାଭ ପାଇଥାନ୍ତି। ତାଙ୍କର ଏହି କାମରେ ତାଙ୍କର ପୁଅ, ସ୍ତ୍ରୀ ସହଯୋଗ କରିଥାନ୍ତି । ଏହି ଚାଷ କରି ସେ ବହୁତ ଖୁସିରେ ଅଛନ୍ତି ବୋଲି ସଞ୍ଜିତ କହିଛନ୍ତି ।

Post a Comment