ଧର୍ମଗଡ (ପ୍ରଦୀପ ସେଠୀଆ) ସ୍ଥାନୀୟ ହେଲୋ କିଡ୍ ସ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି। ପରିଚାଳନା ସଭାପତି ଆକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟ କର୍ମରେ ମୁଖ୍ୟ ଅଥିତି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ସମ୍ମାନିତ ଅଥିତି ଭାବେ ଏସଡିପିଓ ଧିରଜ ଚୋପାଦାର , ଅବସପ୍ରାପ୍ତ ଶିକ୍ଷକ ସୁନିଲ ପାତ୍ର ସ୍କୁଲ ଟ୍ରଷ୍ଟି ରାଜକୁମାର ଅଗ୍ରୱାଲ,କିରଣ ଦେବୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମୂଳଦୁଆ ନିର୍ମାଣ ପ୍ରାକ୍ ବିଦ୍ୟାଳୟରୁ ଆରମ୍ଭ ହୋଇଥାଏ ଓ କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଉପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୁଖ୍ୟ ଭୂମିକା ରହିଛି ବୋଲି କହିଲେ।ସ୍କୁଲ୍ ଅଧ୍ୟକ୍ଷା ବନ୍ଦନା ମିଶ୍ର ବିବରଣୀ ପାଠ କରିଥଲେ ।ଶିକ୍ଷୟତ୍ରୀ ମେହେକ୍ ଜୈନ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଆଲୋକ ରଂଜନ ମୁଣ୍ଡ ଧନ୍ୟବାଦ୍ ଦେଇଥିଲେ ପରେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ୍ କରାଯାଇଥିଲା। ଶିକ୍ଷକ ଦୁଃଖୀରାମ ସାହୁ ଧନ୍ୟବାଦ୍ ଜଣାଇଥିଲେ।

Post a Comment