ବିଜୁଜନ୍ମ ଜୟନ୍ତୀରେ ବିଶାଳ ମହିଳା ସମାବେଶ


ଜଳେଶ୍ଵର ୨୨/୩ (ଜଗନ୍ନାଥ ଗୋଛୟତ) ,ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ଭେଲୋରା ଛକ ଠାରେ ବିଜେଡ଼ି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜଳେଶ୍ଵର ବ୍ଲକ ଉପାଧ୍ୟକ୍ଷ୍ୟା, ତଥା ମହିଳା ସଭାନେତ୍ରୀ ସଞ୍ଚିତା ସେନାପତି ଙ୍କ ସଭାପତିତ୍ବ ରେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ଅନୂସୁୟା ପ୍ରଧାନ, ପୂର୍ବତନ ବ୍ଲକ ଚେୟାରମେନ ବିନ୍ଦୁ ବାଳା ନନ୍ଦୀ , ମ୍ଯୂନସିପାଲଟି ଉପାଧ୍ଯଖ୍ଯା ପୁଷ୍ପ ପ୍ରିୟା କାମିଳା, ବିଧାୟକ ତଥା ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ ରଣଜିତ ମହାପାତ୍ର, ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନି ଜେନା, ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ମ୍ଯୂନସିପାଲଟି ର ଚେୟାରମେନ ପ୍ରତୀପ କୁମାର ପ୍ରଧାନ, ବସ୍ତା ବ୍ଲକର ଅଧ୍ୟକ୍ଷ ଅଞ୍ଜଳି ଦାସ, ବସ୍ତା ଓ ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ସଭାପତି ଦିଲ୍ଲିପ ସାମଲ, ଅନୀଲ କୁମାର ମହାନ୍ତି, ସରପଞ୍ଚ,ସଦସ୍ୟ ସଦସ୍ୟା ,ଏସ ଏଚ ଜି ଗୃପର ମହିଳା ମାନେ ଯୋଗ ଦେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ମହିଳା ମାନଙ୍କୁ ଶଷକ୍ତି କରଣ କରିବା,ଓ ଆଗେଇ ନେବାରେ ଯୋଉ ପ୍ରଚେଷ୍ଟା କରିଛନ୍ତି , ତାହାକୁ ସମସ୍ତେ ସ୍ବାଗତ କରିଥିଲେ । ତେବେ ନାରୀ ମାନଙ୍କୁ ଅଧିକ ସଶକ୍ତିକରଣ କରିବାକୁ ବିଜୁ ବାବୁ ଙ୍କ ର ସ୍ବପ୍ନ କୁ ସାକାର କରି ଦେଖାଇଛନ୍ତି। ତେଣୁ ସମାଜରେ ମା ମାନଙ୍କୁ ଆହୁରି ଅଧିକ ସଶକ୍ତିକରଣ ହେବାକୁ ହେଲେ , ପୁଣିଥରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଶାସନରେ ବସାଇବାକୁ ସ୍ଥାନୀୟ ବିଧାୟକ ମାନଙ୍କୁ ପୁଣି ଥରେ ବିଜୟୀ କରାଇବାକୁ ନେତୃତ୍ବ ମଣ୍ଡଳୀ ଆହ୍ବାନ ଦେଇଥିଲେ।

Post a Comment

Previous Post Next Post