କଣ୍ଟାବାଞ୍ଜି ରୁ ଫେରିବା ବାଟରେ ଯୁବଙ୍କୁ ମରଣତ୍ମକ ଆକ୍ରମଣ


ତୁରେକେଲା ୧୫/୦୨ (ଆଜତକ୍ ଓଡ଼ିଶା) ଗତ କାଲି କାମ ସାରି କଣ୍ଟାବାଞ୍ଜି ରୁ  ଫେରିବା ବାଟ ରେ ଆଶ୍ରମପଡା ପାଖରେ ଯୁବକ ଙ୍କୁ ମରଣତ୍ମକ ଆକ୍ରମଣ ହୋଇଅଛି,,  ସୂଚନା ଅନୁସାରେ ତୁରେକେଲା ବ୍ଲକ ମହିଲପାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଲିକଦରୋ ଗାଁ ର ଦୁଇ କାକା ପୁତୁରା ତ୍ରିନାଥ ରଣା ଓ କର୍ଣ୍ଣ ରଣା କାମ କୌଣସି କାମ ରେ ଆସି ଅପରାହ୍ନ ୪ଟା ସମୟ ରେ କଣ୍ଟାବଞ୍ଜି ରୁ ନିଜ ବାଇକ ଯୋଗେ ଫେରୁଥିଲେ। ଫେରିବା ବାଟ ରେ ତାଙ୍କୁ ହଠାତ ଦୁଇ ଜଣ ଯୁବକ ଠେଙ୍ଗା ରେ ଆକ୍ରମଣ କରି ଥିବାରୁ ମୁଣ୍ଡ ରେ ଜୋର ଆଘତ ହୋଇ ଜୋର ରେ ରକ୍ତ ଶ୍ରାବ ହୋଇଥିଲା। ପରେ ଜୀବନ ଲୁଚାଇ ଦୌଡ଼ି ଦୌଡ଼ି କଣ୍ଟାବାଞ୍ଜି ହସ୍ପିଟାଲ ଯାଇ ଚିକିତ୍ସା କରାଇ ଥିଲେ ମୁଣ୍ଡରେ ୯ଟି ଟିଚ ପଡି ଅଛି ଉକ୍ତ ଘଟଣା ଟି କଣ୍ଟାବାଞ୍ଜି ତୁରେକେଲା ରାସ୍ତା ର ଆଶ୍ରମ ପଡ଼ା ପାଖରେ ଘଟି ଥିବା ଜଣା ପଡିଛି, କେଉଁ କାରଣ ରୁ ଏହା ଘଟିଛି କାରଣ ଅସ୍ପଷ୍ଟ ରହିଅଛି । ଏନେଇ କଣ୍ଟାବଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତ୍ରିନାଥ ରଣା , କଣ୍ଟାବାଞ୍ଜି ପୋଲିସ ଏକ ମାମଲା ରୁଜୁ କରି କେସ ନମ୍ବର ୪୭/୨୩ ତଦନ୍ତ ଚଳାଇଛନ୍ତି। ଅଭିଯୋଗ କାରି କହିବା ଅନୁସାରେ ଦଫା ୩୦୭ କାହିଁକି ଲଗାଗଲା ନାହିଁ ଓ ପୋଲିସ ଏଯାଏଁ ଦୃବୁର୍ତ୍ତ କୁ ଚିହ୍ନଟ କରି ନାହିଁ କି ସେହି ସ୍ଥାନ ର ସି ସି କେମେରା ର ସାହାଯ୍ୟ ନେଇ ନାହିଁ। ପୋଲିସ ୩୦୨ ଦଫା ଲଗାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତ୍ରିନାଥ ରଣା ଦାବୀ କରି ଛନ୍ତି।

Post a Comment

Previous Post Next Post