ଗମ୍ଭାରି ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାର ବିରୁଦ୍ଧରେ ରଣହୁଙ୍କାର

ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ପ୍ରଦାନ


ବେଲପଡା (ଗଣେଶ ଦାସ) କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ରଖିଥିବା ନେଇ ବୁଧବାର ଓଡିଶା ସାରା ବିଜେଡି ସମସ୍ତ ପଞ୍ଚାୟତ ଗୁଡିକରେ ଏକ ଦିବସୀୟ ବିକ୍ଷୋଭ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରି ଗ୍ରାମରେ ବିଜେଡି ନେତା ପିତବାସ ଗଡ଼ତ୍ୟାଙ୍କ ନେତୃତ୍ୱରେ ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର, ସରପଞ୍ଚ କୁଳମଣି କୁମ୍ଭାର ସ୍ଥାନୀୟ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ୟେଶ୍ୱରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଶିବ ପଧାନ,ଗିରିଧାରୀ ଲୁହା, ପ୍ଲେସ ସାହୁ, ରବି ଭୁଏ, ଉରେଶ ବନଛୋର, ଦିଲୀପ ମେହେର, ଟଙ୍କ ରଣା, ଜଗ ବାଗ, ବିବେକ ବାଗ, ଗୁପ୍ତେ ସାହୁ, ରାଜକୁମାର ବେହେରା, ହେମନ୍ତ ଗଡ଼ତ୍ୟା, ରାମଚନ୍ଦ୍ର ମଲ୍ଲିକ, ସହିତ ସହସ୍ରାଧିକ ବିଜେଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post