ହୋମିଓପ୍ୟାଥିକରେ ଚିକିତ୍ସା ପାଇଁ ପରାମର୍ଶ
ବଙ୍ଗୋମୁଣ୍ଡା,୧୫/୨ (ଆଜତକ୍ ଓଡ଼ିଶା) ସ୍ଥାନୀୟ ରାଣୀପୁର ଝରିଆଳ ଠାରେ ନିଶୁଳ୍କ ଇଲୋକ୍ଟ୍ର ହୋମିଓପ୍ୟାଥି ଚିକିତ୍ସା ଶିବିର ଅନୁଷ୍ଠିତ । ଦିଭ୍ୟାମ ଦିଭ୍ୟାଂଶି ହେଲଥ କେଆର ପକ୍ଷରୁ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସଂମାନିତ ଅତିଥି ଭାବେ ଇନ୍ଦୋର ସହରର ବରିଷ୍ଠ କ୍ୟାନ୍ସର ଡ଼ ଅଜୟ ହାଡ଼ିଆ, ହୋମିଓପ୍ୟାଥିକ ଏସୋସିଏସନ ସଭାପତି ସରୋଜ ଦାସ, ଜିଲ୍ଲା ପରିଷଦ କୌଶିକ ମେହେର ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ । ହୋମିଓପ୍ୟାଥି ଚିକିତ୍ସା ଉପରେ ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଦିଭ୍ୟାମ ଦିଭ୍ୟାଂଶି ହେଲଥ କେଆର ପକ୍ଷରୁ ଅସହାୟ ଭିନ୍ନକ୍ଷମ ରୋଗୀ ମାନଙ୍କୁ ଟ୍ରାଇସାଇକେଲ,ୱାକର ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ଼ ମାନଯୋତ ଆଚାର୍ଯ୍ୟ,ମୟୁରଭଞ୍ଜ, ଡ଼ ଲାଲଟେନ୍ଦୁ ଦଳେଇ, କଟକ,ଡ଼ ମମତା ଦାସ,କେନ୍ଦ୍ରାପଡା,ଡ଼ ଅଜୟ ହଡ଼ିଆ ଇନ୍ଦୋର କେନ୍ସର ,ଡ଼ ନୀଳାଚଳ ନାୟକ, ଆୟୋଜକ ଡ଼. ହିମାଳୟ ପୁଟେଲ, ଡ଼ ଲଳିତ ପୁଟେଲ ସହ ଦିଭ୍ୟାମ ଦିଭ୍ୟାଂଶି ହେଲଥ କେଆର କର୍ମଚାରୀ ଉପସ୍ଥିତ ରହିଥିଲେ । ଆଖପାଖ ୪ଗୋଟି ପଂଚାୟତର ଲୋକ ଏହି ଶିବିର ରେ ଯୋଗ ଦେଇଥିବା ବେଳେ ୪ସହ ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
Post a Comment