ଶିକ୍ଷା ବ୍ୟବସ୍ଥା ର କରୁଣ ଦୃଶ୍ୟ ଶହେମିଟରଦୂରତାରେ୨ଟିବିଦ୍ୟାଳୟ,:-ପିଲାଅଭାବ



ଧର୍ମଗଡ ,(ପ୍ରଦିପ ସେଠିଆ ) ବିଦ୍ୟାଳୟ ଖୋଲା,ଶିକ୍ଷକ ବି ଅଛନ୍ତି ହେଲେ ପିଲାଙ୍କ ଅନୁପସ୍ଥିତ ।ଗାଁ ରେ ବିବାହ ଉତ୍ସବ ହେଉଥିବା ଯୋଗୁ ପିଲାଙ୍କ ଅନୁପସ୍ଥିତି ଥିବା ଯୁକ୍ତି ବାଢ଼ନ୍ତି ଶିକ୍ଷକ। ଧର୍ମଗଡ ବ୍ଲକ ଟେଣ୍ଡାପାଲି ଅନ୍ତର୍ଗତ ମଝିର ପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମଙ୍ଗଳବାର ଦିନ ମିଳିଥିଲା।ତେବେ ଏହି ବିଦ୍ୟାଳୟ ରେ ମୋଟ ୧୧ଜଣ ପିଲା ଥିବାବେଳେ ୨ଜଣ ଶିକ୍ଷକ ଅଛନ୍ତି।ଜଣେ ଶିକ୍ଷକ ମଙ୍ଗଳବାର ଦିନ ଛୁଟି ରେ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୩ଜଣ,୨ୟ-୦,୩ୟ-୬,୪ର୍ଥ-୦ ଓ ପଞ୍ଚମ ରେ ୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ସେହିଭଳି ଏହି ବିଦ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ତେଲି ପଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥିତ ରହିଛି।ଏଠାରେ ମୋଟ ୨୧ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମଙ୍ଗଳ ଦିନ ହାତ ଗଣତି ୬-୭ଜଣ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ରହିଥିଲା।ତେବେ ଏଠାରେ ୨ଜଣ ଶିକ୍ଷକନିଯୁକ୍ତି ମଧ୍ୟରୁ ଜଣେ ଶିକ୍ଷକ ଙ୍କ ପରଲୋକ ଘଟିଛି।ସବୁଠି ମଜାଦାର ବିଷୟ ବିଦ୍ୟାଳୟ ମାନଙ୍କରେ ପିଲା ଅନୁପସ୍ଥିତ ରହୁଥିବାବେଳେ ମାଧ୍ୟାହ୍ନ ଭୋଜନ ରେ କିନ୍ତୁ ଉପସ୍ଥିତ ଦର୍ଶା ଯାଉଥିବା ଅଭିଯୋଗ ହୁଏ।ଅନ୍ୟପଟେ ସରକାର ଙ୍କ ଗାଇଡ଼ ଲାଇନ ଅନୁଯାୟୀ ପିଲାଙ୍କ ଉପସ୍ଥିତି ସଂଖ୍ୟା ବଢିବା ଦାୟିତ୍ୱ ଶିକ୍ଷକ ମାନଙ୍କର ଥିବାବେଳେ ଏଠାରେ କିନ୍ତୁ ବ୍ୟତିକ୍ରମ ଦେଖାଯାଉଛି।ପିଲା ଆସିଲେ କି ଗଲେ -ଶିକ୍ଷକ ଙ୍କ ନିଘା ରହୁନାହିଁ।କେବକ ପିଲା ଙ୍କ ପାଇଁ ଆସୁଥିବା ଅନେକ ସୁବିଧାର ଅର୍ଥ କୁ ବାଟ ମାରଣା କରିବା ଉଦେଶ୍ୟ ରଖୁଥିବା ଲୋକେ ପ୍ରକାଶ କରନ୍ତି।ଅନେକ ସମୟରେ ଶିକ୍ଷକ ମାନେ ଅନୁପସ୍ଥିତ ରହିବା ଓ ଡେରିରେ ବିଦ୍ୟାଳୟ ଖୋଲିବା ଓ ଅପରାହ୍ନ ୨-୩ଘଣ୍ଟା ରୁ ସ୍କୁଲ ବନ୍ଦ କରିବା ଏହା ଏକ ରୀତିମତ ଅଭ୍ୟାସ ରେ ପରିଣତି ହୋଇଥିବା କୁହାଯାଏ।ହେଲେ ଶିକ୍ଷା ବିଭାଗ ଜାଣି ଜାଣି ମଧ୍ୟ ନିରବ ରହିବା ନୀତି କୁ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ସମାଲୋଚନା କରନ୍ତି।ଏନେଇ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଙ୍କୁ ଯୋଗାଯୋଗ କରିଥିଲେ ହିଁ ସମ୍ଭବ ହୋଇ ନ ଥିଲା।

Post a Comment

Previous Post Next Post