ପକ୍କା ମାଷ୍ଟର ଆଉ ନାହାନ୍ତି


ସୋନପୁର :୧୪/୦୨ (ଆଜତକ୍ ଓଡ଼ିଶା) ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମ୍ନା ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଦୀନବନ୍ଧୁ ଦାଶ (୮୫ ବର୍ଷ ବୟସ)ଙ୍କ ମୃତ୍ୟୁବରଣ ହୋଇଯାଇଛି । ସେ ବିନକା ବ୍ଲକର ସଂକରା ଗ୍ରାମର ସ୍ୱର୍ଗତ ଧର୍ମୁ ଦାଶ ଓ ୰ ସତ୍ୟଭାମା ଦାଶଙ୍କର ପୁତ୍ର ଥିଲେ । ପ୍ରକାଶ ଥାଉ କି, ପୂର୍ବରୁ ସୋନପୁର ରାଜ୍ୟର ବଡ ପକ୍କାଘର ମହାନଦୀ କୂଳରେ ରାମଲାଲ ଅଗ୍ରୱାଲାଙ୍କର ନିମ୍ନା ଗ୍ରାମରେ ନିର୍ମିତ ହୋଇଥିଲା । ୧୯୬୨ ମସିହାରେ ଦୀନବନ୍ଧୁ ଦାଶ ସେହି ତିନି ମହଲା ବିଶିଷ୍ଟା କୋଠା କିଣିଥିବାରୁ ତାଙ୍କୁ ପକ୍କା ମାଷ୍ଟର ବୋଲି ଅଞ୍ଚଳରେ ପରିଚିତ । ସେହି କୋଠାକୁ ବନ୍ୟା, ବାତ୍ୟା, ଦୁର୍ବିପାକ ତଥା ରାମଲୀଳା ସମୟରେ ଉପକରଣ ରଖିବା ପାଇଁ ନିମ୍ନା ଗ୍ରାମର ଗ୍ରାମବାସୀ ମଧ୍ୟ ବ୍ୟବହାର କରୁଥିଲେ । ସେ ଦୀର୍ଘ ୪୪ ବର୍ଷ ୮ ମାସ ପ୍ରାଥମିକ ଶିକ୍ଷକ ଭାବରେ କାର୍ଯ୍ୟ ତୁଳାଇବା ସହିତ ବିଭିନ୍ନ ସରକାରୀ ତଥା ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ସେ ଜଣେ ବହୁମୂଖୀ ପ୍ରତିଭାର ଅଧିକାରୀ ଥିଲେ ଓ ତାଙ୍କର ଶିଷ୍ୟମାନେ ରାଜ୍ୟ ତଥା ଦେଶର ବିଭିନ୍ନ ପଦପଦବୀରେ ରହି ସଫଳତାର ସହିତ କାର୍ଯ୍ୟ କରୁଅଛନ୍ତି । ଶିକ୍ଷକତା ସହିତ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସେବା, ଜାତିପ୍ରଥା ବିରୋଧ, କୁସଂସ୍କାର ବିରୋଧ, ନିମ୍ନା ଗ୍ରାମର ଭାଗବତ ଟୁଙ୍ଗିର ପୁନଃ ନିର୍ମାଣ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସେ ଲିପ୍ତ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କର ସ୍ତ୍ରୀ ସୁରେଖା ଦାଶ, ବଡ଼ ପୁଅ ସତ୍ୟ ନାରାୟଣ ଦାଶ, ସାନ ପୁଅ ରାମ ନାରାୟଣ ଦାଶ, ପୁତ୍ରବଧୁ ଅମ୍ବୁଜାକ୍ଷୀ ଦାଶ, ଝିଅ ପ୍ରାଣେଶ୍ୱରୀ ମିଶ୍ର, ଯୁଗେଶ୍ୱରୀ ଶତପଥୀ, ଶାନ୍ତି ନନ୍ଦ, ବାସନ୍ତୀ ଦେବତା, ଜୟନ୍ତୀ ନନ୍ଦ, ଗୀତାଞ୍ଜଳୀ ମିଶ୍ର, ଜ୍ୱାଇଁ ସତ୍ୟ ନାରାୟଣ ମିଶ୍ର, ଧୃବ ଚରଣ ଶତପଥୀ, ଲମ୍ବୋଦର ନନ୍ଦ, ଦୁର୍ବାଦଳ ମିଶ୍ର, ନାତୀ ରାଜେଶ ଶତପଥୀ, ସନତ କୁମାର ମିଶ୍ର, ନରେଶ ଶତପଥୀ, ଅଶୋକ ଶତପଥୀ, ପ୍ରଭୁଦତ୍ତ ମିଶ୍ର, ସୌମ୍ୟ ରଞ୍ଜନ ଦାଶ( ବବୁଲୁ ), ଦିବ୍ୟ ରଞ୍ଜନ ଦାଶ( ବୁନୁ/ ପ୍ରେମ ), ନାତୁଣୀ ନନ୍ଦନୀ ମିଶ୍ର, ଇନ୍ଦ୍ରା ମିଶ୍ର, କଲ୍ୟାଣୀ ମିଶ୍ର, ମନ ନନ୍ଦ, ସୁନା ନନ୍ଦ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସତ୍ୟ ନାରାୟଣ ହୋତା, ରେଡକ୍ରସ କର୍ମୀ ତଥା ସହାରା ଟ୍ରଷ୍ଟର ପ୍ରଧାନଶିକ୍ଷକ ଗତିକୃଷ୍ଣ ମିଶ୍ର, ଗ୍ରାମବାସୀ ସରୋଜ ପାଣ୍ଡିଆ ତଥା ଅନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ବଡ଼ ପୁଅ ସତ୍ୟ ନାରାୟଣ ଦାଶ ମୁଖ୍ୟାଗ୍ନି ଦେଇଥିଲେ । ପରିବାର ସଦସ୍ୟମାନଙ୍କୁ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ପ୍ରଶାସନିକ ଅଧିକାରୀ ଶାନ୍ତନୁ ସାହୁ, କମଳଲୋଚନ ବେହେରା, ଯୁଗଲ ବିଶ୍ୱାଳ, ଭରତ ଭରାସାଗର, ଡ. ଭଗବାନ ଭୋଇ, ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଦ ଦାଶ, ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ, ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଚ, ସୋନପୁର ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଓଡିଶା ରାଜ୍ୟ ଶାଖା ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀ ଶୋକସନ୍ତାପ ବାର୍ତ୍ତା ପ୍ରଦାନ କରିଥିଲେ ।

Post a Comment

Previous Post Next Post