ମୁକୁଳା ଅବସ୍ଥାରେ ରାସ୍ତା କୋଡରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର


କଣ୍ଟାମାଳ (ମନଧରକର୍ମୀ): ସରକାର ବିପଦମୁକ୍ତ ବିଦ୍ୟୁତ୍ ଯୋଗଣ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବିଭାଗୀୟ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦଶଙ୍କୁଳ ଅବସ୍ଥାରେ ପଡ଼ିରହିଛି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ସୌରୀବେଙ୍ଗେଶ୍ ଗ୍ରାମରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥା ରେ ପଡ଼ିରହିଛି ।କୌଣସି ତାର ବାଡ କିମ୍ବା ପାଚେରୀ ଆବଦ୍ଧ ହୋଇ ନ ଥିବା ବେଳେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ମାଟିରୁ ପାଞ୍ଚ ଫୁଟ ଉଚ୍ଚତାରେ ବିପଦପୂର୍ଣ୍ଣ ଭାବରେ ଖୋଲା ମେଲାରେ ବିଦ୍ୟୁତ୍ ହୁକ୍ ରହିଛି ।ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ସମୟରେ ଗୋରୁଗାଈ, ଛେଳିମେଣ୍ଢାଙ୍କ ସହ ମଣିଷ ମଧ୍ଯ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଯିବାର ଆଶଙ୍କା ଦେଖା ଯାଉଛି। ଏହି ଟ୍ରାନ୍ସଫର୍ମର ଚାରିପଟରେ ତାର ବାଡ ଦେଇ ଆବଦ୍ଧ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Post a Comment

Previous Post Next Post