ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକର ନଟାକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ କେୟାର ଫାଉଣ୍ଡେସନ ଆନୁକୂଲ୍ୟରେ ଓ ବିଶ୍ଵାସ ସାମାଜିକ ସଂଗଠନ ସହଯୋଗରେ ଝୋଟି ତଥା ମୁରୁଜ ପ୍ରତିଯୋଗିତା ଆମ ମାଟିର ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନ୍ଦନା ସେଠି ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ରାଜ କିଶୋର ମହାନ୍ତି କଳା ଶିକ୍ଷୟତ୍ରୀ ଶୁଭସ୍ମିତା ନାୟକ ଏବଂ କେୟାର ଫାଉଣ୍ଡେସନର ସଭାପତି ବିଜୟ କୁମାର ସେନାପତି, ସମ୍ପାଦକ କାଶୀନାଥ ସେଠୀ ଓ ମେମ୍ବର ଗଣେଶ ଚନ୍ଦ୍ର ଦାସ , ସ୍ଵେଚ୍ଛାସେବୀ ସଞ୍ଜୁକ୍ତା ସୁର , ପ୍ରଭାକର ପ୍ରଧାନ। ୬୦ ଜଣ ସ୍ଥାନୀୟ ମହିଳା ଏହି ପ୍ରତିଯୋଗିତାରେ ଭାଗନେଇଥିଲେ। ବିଶ୍ଵାସ ପକ୍ଷରୁ ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପରିଡ଼ା ଏବଂ କର୍ମକର୍ତ୍ତାବୃନ୍ଦ ସଚିଦାନନ୍ଦ ଦାସ ,ଖଗେନ୍ଦ୍ର ନାୟକ ,ନନୀ ଗୋପାଲ ଦାସ ପ୍ରମୁଖ ଯୋଗଦେଇଥିଲେ । ଶ୍ରୀ ସଂଗ୍ରାମ କେଶରୀ ପରିଡ଼ା ପ୍ରତିଯୋଗିତାରେ ପ୍ରଥମ ତିନି ଜଣଙ୍କୁ ପୁରସ୍କୃତ କଲେ ଏବଂ ଅନ୍ୟ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ପ୍ରଂଶସା ପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଂଗଠନ ପ୍ରକାଶ କରିଥିଲେ।

Post a Comment