ଦୁଇ ବର୍ଷ ହେବ ମେଟାଲ ପଡ଼ି ରହିଛି , ତଥାପି ବି ଶେଷ ହୋଇ ପାରୁନି କଂକ୍ରିଟ ରାସ୍ତା

 ଶ୍ରମିକଙ୍କୁ ମିଳିନାହିଁ ଏପର୍ଯ୍ୟନ୍ତ ଶ୍ରମିକଟଙ୍କା

                          

ଧର୍ମଗଡ (ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ ଧଅରପୁର ଠାରେ ଦୁଇବର୍ଷ ହେବ ଅଧଖଣ୍ଡିଆ ଭାବେ ନିର୍ମାଣ କଂକ୍ରିଟ ରାସ୍ତା ପଡି ରହିଛି। ଲୋକେ ନାଇନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଉଥିବା ବେଳେ ନିର୍ମାଣ କାମ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ସୂଚନାଯେ ଧଅରପୁର ଜଗନ୍ନାଥ ମନ୍ଦିର ଠାରୁ   ଅଣ୍ଟି ପଡା କଂକ୍ରିଟ ରାସ୍ତା କାମ ଗତ୩୦-୧୨-୨୦୨୧ ରେ ଆରମ୍ଭ ହୋଇଥିଲା।ଜିଲ୍ଲା ପରିଷଦ ପାଣ୍ଠି ତଥା ପଞ୍ଚଦଶ କମିଶନ୨୦୨୧-୨୨ ଯୋଜନା ମାଧ୍ୟମରେ ୨ଲକ୍ଷ ଟଙ୍କା ବ୍ୟୟବରାଦ ରଖାଯାଇଛି। ବିଭାଗୀୟ ତତ୍ୱବାଧାନ କାମ ହେଉଥିବା ବେଳେ ନିଜେ ଜିଲ୍ଲା ପରିଷଦ ସଭ୍ୟ କାମ କରିଥିବା ଲୋକେ ପ୍ରକାଶ କରନ୍ତି। ରାସ୍ତା ନିର୍ମାଣରେ କେବଳ ମେଟାଲ ପଡି ବର୍ଷ ଦ୍ଵି ବର୍ଷ ହୋଇଥିଲେ ମଧ୍ୟ ବିଭାଗ  ଚୁପ ପଡିଥିବା ନେଇ ଲୋକଙ୍କ ଭିତରେ  ଅସନ୍ତୋଷ ଦେଖାଦେଇଛି। ଖୁଦ ଜିଲ୍ଲା ପରିଷଦ ସଭ୍ୟ ନିଜ ପଞ୍ଚାୟତ ର ହୋଇଥିବା ବେଳେ କି ଭଳି କାର୍ଯ୍ୟ କୁ ଅବହେଳା କରାଗଲା ତାହା ସମୀଚିତ ବୋଲି ଆଲୋଚନା ହେଉଛି।ଅନ୍ୟପଟେ ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ନିଜ ପାରିଶ୍ରମିକ ଟଙ୍କା ପାଇଁ ନ ଥିବା ନେଇ ଅଭିଯୋଗ ହୁଏ।ସାଧାରଣ ଭାବେ ଶ୍ରମିକ ମାନେ ପରଘରେ ମୂଳ ଲାଗି ପରିବାର ପ୍ରତିପୋଷଣ କରିଥାଆନ୍ତି। ତେବେ ଏହି ରାସ୍ତା ରେ କାମ କରି ବର୍ଷ ବର୍ଷ ନିଜ ପାଉଣା ନ ପାଇବା ଏକ ଅଭାବନୀୟ ଘଟଣା । ବାରମ୍ବାର ରାସ୍ତାକାମ ଶେଷ କରିବା ଓ ଶ୍ରମିକଙ୍କ ପାରିଶ୍ରମିକ ପାଉଣା ଦେବା ପାଇଁ ଗୁହାରୀ କରିଥିଲେ ହିଁ ପ୍ରଶାସନ କିମ୍ପା ଖୁଦ ଜିଲ୍ଲା ପରିଷଦ କର୍ଣ୍ଣପାତ କରୁ ନଥିବା ଲୋକେ କହନ୍ତି।ତୁରନ୍ତ ରାସ୍ତା ନିର୍ମାଣ କାମ ଶେଷ କରିବାକୁ ଗ୍ରାମର ଟଙ୍କା ଧର ଅଣ୍ଟି, ଘନ ନାଏକ,ସୁଷମା ନାଏକ, ଖଗେଶ୍ୱର ନାଏକ,ଧନିରାମ ନାଏକ,ପୁସ୍ତମ ଅଣ୍ଟି ତିରଣ ନାଏକ, ଉତ୍ସବ ନାଏକ, ପୂର୍ଣ୍ଣ ନାଏକ ପ୍ରମୁଖ ଦାବି ରଖିଛନ୍ତି।ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼  ମୁଖ୍ୟ ରାସ୍ତା ତୁଳନାରେ ଢେର ତଳେ ରହିଛି ,ଆଉ ଅର୍ଥର ଆବଶ୍ୟକ ରହିଛି -ପ୍ରଶାସନ ସହ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Post a Comment

Previous Post Next Post