ଦୁଇ ବର୍ଷ ହେବ କାମ ସରିକି କଂକ୍ରିଟ ରାସ୍ତା ତଥାପି ; ଶ୍ରମିକଙ୍କୁ ମିଳି ପାରିନିଶ୍ରମିକଙ୍କ ଟଙ୍କା


ଧର୍ମଗଡ (ପ୍ରଦିପ ସେଠିଆ)ଧର୍ମଗଡ ବ୍ଲକ ଧଅରପୁର ଠାରେ ଦୁଇବର୍ଷ ହେବ କଂକ୍ରିଟ ରାସ୍ତା ହେଇ ସାରିଛି ତଥାପି କାମ କରିଥିବି ପାଉଣା ମିଲି ନି । ସୂଚନାଯେ ଧଅରପୁର (ପିଏମ୍ ଜିଏସୟ) ଠାରୁ ବାଗ ପଡ଼ା କଂକ୍ରିଟ ରାସ୍ତା କାମ ଗତ ୧୬-୦୮-୨୦୧୮ ରେ ଆରମ୍ଭ ହୋଇଥିଲା।ଜିଲ୍ଲା ପରିଷଦ ପାଣ୍ଠି ତଥା ପଞ୍ଚଦଶ କମିଶନ୨୦୧୮-୧୯ଯୋଜନା ମାଧ୍ୟମରେ ୧ଲକ୍ଷ ଟଙ୍କା ବ୍ୟୟବରାଦ ରଖାଯାଇଛି। ବିଭାଗୀୟ ତତ୍ୱବାଧାନ କାମ ହେଉଥିବା ସ୍ଵତେ । ରାସ୍ତା କାମ ସାରି ବର୍ଷ ହୋଇଥିଲେ ମଧ୍ୟ ବିଭାଗ ଚୁପ ପଡିଥିବା ନେଇ କାମ କରି ଥିବା ଖଟି ଥିବା ଶ୍ରମିକ ଭିତରେ ଅସନ୍ତୋଷ ଦେଖାଦେଇଛି।ଆମେ ଏବିଷୟ ଅନେକ ଥର ଉପ ଜିଲ୍ଲାପାଳ, ପିଡି, ଜିଲ୍ଲାପାଳ ଅନେକ ବାର ଅଭି ଯୋଗ କରି ଆସିଚୁ ହେଲେ କିଛି କାର୍ଯ୍ଯ ରେ ଅଧିନି,ବିଡ଼ିଓ ପାଖ କୁ ଗଲେ ମୁ କଣ କିଛି କରି ପାରିବି ନି ବୋଲି କହି ଆଜି ହେବ ୧୫ ଦିନ ପରେ ହେବ ବୋଲି କହୁଛନ୍ତି ଅନ୍ୟ ପକ୍ଷେ ଆମେ ଜାଣି ବାକୁ ପାଇ କୁ କି ବିଲ ପାସ ହୋଇ ଯାଇଛି ବ୍ଲକ୍ ର ବଡ ବାବୁ ଓ ବିଡ଼ିଓ ନିଜେ ବିଲ ପାସ ହୋଇ ଥିବାରେ ଦାସଖତ କରିଛିନ୍ତି।ଅନ୍ୟପଟେ ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ନିଜ ପାରିଶ୍ରମିକ ଟଙ୍କା ପାଇଁ ନ ଥିବା ନେଇ ଅଭିଯୋଗ ହୁଏ।ସାଧାରଣ ଭାବେ ଶ୍ରମିକ ମାନେ ପରଘରେ ମୂଳ ଲାଗି ପରିବାର ପ୍ରତିପୋଷଣ କରିଥାଆନ୍ତି।ତେବେ ଏହି ରାସ୍ତା ରେ କାମ କରି ବର୍ଷ ବର୍ଷ ନିଜ ପାଉଣା ନ ପାଇବା ଏକ ଅଭାବନୀୟ ଘଟଣା । ଶ୍ରମିକଙ୍କ ପାରିଶ୍ରମିକ ପାଉଣା ଦେବା ପାଇଁ ଗୁହାରୀ କରିଥିଲେ ହିଁ ପ୍ରଶାସନ କିମ୍ପା ଖୁଦ ଜିଲ୍ଲାପାଲ କର୍ଣ୍ଣପାତ କରୁ ନଥିବା ଲୋକେ କହନ୍ତି।ତୁରନ୍ତ ରାସ୍ତା କାମ କରି ଥିବା ପାଉଣା ଦେବା ପାଇଁ କୁନ୍ତୁଲା ମେତାଲ,ପୁଷ୍ପା ମେତେଲ, ଗଣପତି କାଣ୍ଡ, ଦେବିଶିଙ୍ଗ କାଣ୍ଡ, ଲୋକ ନାଥ କାଣ୍ଡ,ମୋତି ରାମ କାଣ୍ଡ,ରୁପଚନ ଘିରି,ଯୋଷୋଦା ଘିରୀ, ଏମିତି ଅନେକ ଶ୍ରମିକ ଅଭିଯୋଗ କହିଛନ୍ତି।

Post a Comment

Previous Post Next Post