ନିୟମରାଜା ପରବ ଆସନ୍ତା ୨୪,୨୫,୨୬ ରେ ପାଳିତ ହେବ


ଭବାନୀପାଟଣା:୧୧/୨(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡ ଶିଖରରେ ତିନିଦିନ ଧରି ଚାଲିବ ନିୟମରାଜା ପରବ ଆସନ୍ତା ଫେବୃଆରୀ ତା:୨୫ ରୁ ୨୬ରିଖ ପର୍ଯ୍ୟନ୍ତ ନିୟମରାଜା ପରବ ଆରମ୍ଭ ହେବ । ଏହି ପରବ ତିନିଦିନ ଧରି କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଶହ ଶହ ଆଦିବାସୀ ମାନେ ଏହି ଉତ୍ସବରେ ଯୋଗଦେବେ ନିୟମରାଜାକୁ ଆରାଧନା କରିବା ସହ ବୁଦା, ଘୁଷୁରି, କୁକୁଡ଼ା ଆଦି ବଳି ଦେଇ ନିଜ ନିୟମଗିରିର ସୁରକ୍ଷା ସହ ଆଦିବାସୀ ମାନେ ବଞ୍ଚିଥିବା ପର୍ଯ୍ୟନ୍ତ ନିୟମଗିରିର ମୁଠାଏ ମାଟି ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଦିଆଯିବ ନାହିଁ ବୋଲି ବଜ୍ର ଶପଥ ର ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି । ମାଟି, ପାହାଡ଼, ଝରଣା, ପଥର ଓ ଗଛ ଆଦିବାସୀ ମାନଙ୍କ ଜୀବନ। ଏମାନଙ୍କ କୃପାରୁ ଆଦିବାସୀ ମାନଙ୍କ ଜୀବନ ଜୀବିକା ବଞ୍ଚିବା ରହିଛି। ଯଦି ନିୟମଗିରି ପାହାଡକୁ ତାଙ୍କଠାରୁ ଛଡାଇ ନିଆଯାଏ ତେବେ ରକ୍ତର ନଦୀ ବହିବ ସିନା ନିୟମଗିରି ପାହାଡର ମୁଠାଏ ମାଟି କାହାରିକୁ ଦିଆ ଯିବ ନାହିଁ ବୋଲି ସଂକଳ୍ପ ନେବେ ଓ ତିନିଦିନ ଧରି ଚାଲିବାକୁ ଯାଉଥିବା ନିୟମଗିରି ପାହାଡ ଶିଖରରେ ଆଦିବାସୀ କନ୍ଧଙ୍କ ଆଦିବାସୀ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ନିୟମରାଜା ପରବ ପ୍ରଥମ ଦିନରେ ଶୁଭଖମ୍ବ ସ୍ଥାପନ ସହିତ ପୂଜାର୍ଚ୍ଚନା ଆରମ୍ଭ କରାଯିବ । ଆଦିବାସୀ ମହିଳାଙ୍କ ଦେହରେ କାଳିସୀ ସବାର ହେବା ପୂଜାର୍ଚ୍ଚନା ଜମିବାକୁ ଲାଗିବ ବୋଲି ନିୟମଗିରି ସୁରକ୍ଷା ସମିତି ପ୍ରକାଶ କରିଛନ୍ତି ।

Post a Comment

Previous Post Next Post