ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ର ସମୀକ୍ଷା ବୈଠକ ଅନୁଷ୍ଠିତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ର ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣେଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ପଂଚାୟିତିରାଜ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଦୀପ ଅମାତ ଙ୍କ ସହିତ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଯୋଗଦେଇ ବାର୍ଷିକ ଯୋଜନା ପ୍ରସ୍ତୁତ କରିଛନ୍ତି ।ଚଳିତ ବର୍ଷ ପାଇଁ ଶିକ୍ଷା , ସ୍ବାସ୍ଥ୍ୟ, ଗମନାଗମନ ସହିତ କୃଷି ତଥା ଅନ୍ୟାନ୍ୟ କ୍ଷେତ୍ରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ସହିତ ନୂତନ ଯୋଜନା ପ୍ରସ୍ତୁତ ହୋଇଥିଲା ।ଏହି ଅବସରରେ ଜିଲ୍ଲାର ସବୁ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।ତେବେ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ଉଭୟ ମନ୍ତ୍ରୀ ।

Post a Comment

Previous Post Next Post