ପୁରୀ ତୀର୍ଥ ଯାତ୍ରୀ କାର ଦୁର୍ଘଟଣା : ଅଳ୍ପକେ ବର୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ


ହରଭଙ୍ଗା :୧୭/୦୨ (ସୁଶାନ୍ତ କୁମାର ବେହେରା) ଜଗା ଦର୍ଶନ କରିବାକୁ ଯାଉଥିବା ତୀର୍ଥ ଯାତ୍ରୀ କାର ଦୁର୍ଘଟଣା!ଅଳ୍ପକେ ବର୍ତିଲେ ଦୁଇ ଶିଶୁ ସମେତ 5ଜଣ ଯାତ୍ରୀ!ସୂଚନା ଅନୁଯାଇ ଛତିଶଗଡ ରାଜ୍ୟରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ରେ ବାହାରିଥିବା (CG 08-U-7178 ନଂ )ଏକ କାର ଯୋଗେ ଦୁଇ ଶିଶୁ ଓ ୫ଜଣ ଯାତ୍ରୀ ଯାଉଥିବା ସମୟରେ ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ଆଡ଼େଣି ଗଡ଼ ଗଣେଶ ବଜାର ଛକ ନିକଟରେ ଆଜି ଭୋର ୭ଘଣ୍ଟା ସମୟରେ ଭାରସାମ୍ୟ ହରାଇ ବିଲ ଭିତରକୁ ଖସି ପଡିଥିଲା। ସ୍ଥାନୀୟ ଜନସାଧାରଣ ଆମ୍ବୁଲାନ୍ସ କୁ ଜଣାଇବା ସହିତ ଆହତ ଯାତ୍ରୀଙ୍କୁ ଆଡ଼େଣିଗଡ଼ ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ। ଏହି ଦୁର୍ଘଟଣା ରେ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ଘଟଣାସ୍ଥଳରେ ଆଡେଣିଗଡ଼ ଫାଣ୍ଡି ପୋଲିସ ପହଂଚି ଘଟଣାର ତଦନ୍ତ ଚାଲୁରଖିଛି।

Post a Comment

Previous Post Next Post