ଟ୍ୱୀଟ କରି ସମସ୍ୟାର ସମାଧାନ କରୁଛନ୍ତି ଟ୍ୱୀଟର ବଏ ବାପୁ ବରାଳ


ପୁରୀ : (ଆଜତକ୍ ଓଡ଼ିଶା) ରାଜ୍ୟ ସରକାରଙ୍କ ଇ ଗ୍ରିଭେନ୍ସ ସେଲ କୁ ସଠିକ ଭାବରେ ଉପଯୋଗ କରିବା ସହିତ 5T କୁ ନେଇ ସଚେତନତା କରୁଛନ୍ତି। ପୁରୀ ଜିଲ୍ଲା ଖଣ୍ଡା ସାହି ଗ୍ରାମର ସମାଜସେବୀ ବାପୁ ବରାଳ ସୋସିଆଲ ମିଡ଼ିଆକୁ କରୁଛନ୍ତି ପ୍ରମୁଖ ଅସ୍ତ୍ର ଟ୍ୱୀଟରରେ କରୁଛନ୍ତି ସମସ୍ୟାର ସମାଧାନ କରୁଛନ୍ତି ଓ ଗରୀବ ଅସହାୟଙ୍କ ବୁଝୁଛନ୍ତୀ ଦୁଃଖ। ସାଧାରଣ ଘରର ପୁଅ ହୋଇଥିଲେ ମଧ୍ୟ କାମ ତାଙ୍କର ଅସାଧାରଣ ଚୁଟକି ମାରିକି ସମାଧାନ କରନ୍ତି ଗରିବଙ୍କ ସମସ୍ୟା ଗାଁ ଠାରୁ ସହର ଏବଂ ସହରଠୁ ନଗର ଗରୀବ ଲୋକଙ୍କ ଦୁଃଖ ବୁଝିବାକୁ ପ୍ରକଟ ହୋଇଯାଆନ୍ତି ବାପୁ ସ୍ଥାନୀୟ ଅଞ୍ଚଳରେ ସାଜିଛନ୍ତି ଲୋକଙ୍କର ଆଶାର କିରଣ। ଆଉ ଟ୍ୱୀଟ କରି ସମାଧାନ କରିଛନ୍ତି ୩୦୦ସମସ୍ୟା। ସୋସିଆଲ ମିଡିଆକୁ ଅସ୍ତ୍ର କରି ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି। ରାତି ପାହିଲେ ଟ୍ଵୀଟର ବଏଙ୍କ ଘରେ ଜମୁଛି ଲୋକମାନଙ୍କର ଭିଡ। ଭତା, ବିଦ୍ୟୁତ ସଂଯୋଗ ଠାରୁ ଆରମ୍ଭ କରି ଇତ୍ୟାଦି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ଚାଲିଛନ୍ତି ଯୁବ ସମାଜସେବୀ ବାପୁ ପୁରୀ ଜିଲ୍ଲା ଗୋପ ବ୍ଲକର ଯୁବ ସମାଜସେବୀ ବାପୁ ବରାଳ ଙ୍କୁ ଜଣେ ଟୁଇଟର ବଏ ଭାବରେ ସରକାରୀ ଏବଂ ବେସରକାରୀ ବିଭାଗରେ ତାଙ୍କନାମ ବେଶ୍ ଜଣାଶୁଣା ଏମିତି କି ରାଜ୍ୟ ଏବଂ ବାହାରେ ମଧ୍ୟ ବେଶ ଜଣାଶୁଣା ଲୋକ ଦୁଃଖ ଅସୁବିଧା ବିଷୟରେ ଆଲୋଚନା କରି ସରକାରଙ୍କୁ ଅବଗତ କରୁଥିବା ଟୁଇଟର ଜରିଆରେ ବହୁତ୍ କମ୍ ସମୟ ଭିତରେ ୩୦୦ ଲୋକଙ୍କ ର ସମସ୍ୟା ର ସମାଧାନ କରିଛନ୍ତି । ସମାଜ ସେବୀ ଟୁଇଟର ବଏ ବାପୁ ଗଣମାଧ୍ୟମ ଏବଂ ଲୋକଲୋଚନ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଗଣମାଧ୍ୟାମରେ ପ୍ରକାଶ କରିଛନ୍ତି । ଯେ ଲୋଙ୍କ ଦୁଃଖ ଅସୁବିଧା ଏବଂ ଅସାହୟ ମାନଙ୍କରେ ସାଥି ହୋଇ ରହିଛନ୍ତି। 



Post a Comment

Previous Post Next Post