ବିପଦ ପୂର୍ଣ୍ଣ ରାସ୍ତାରେ, ସ୍କୁଲ ପିଲା ବୋହିଲେ ଖଟିଆ


ବାଲେଶ୍ଵର (ପ୍ରଭାକର ମଲ୍ଲିକ) ସରକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଗୁଣବତ୍ତା କରିବା ପାଇଁ ଫାଇପ ଟି (୫ଟି) ପରିସର ଭୁକ୍ତ କରିବା ସହିତ, ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଉଛି। ଆଉ ସ୍ମାର୍ଟ ସ୍କୁଲ, ସ୍ମାଟ କ୍ଲାସ ରେ ପାଠ ପଢି ପିଲା ସ୍ମାର୍ଟ ହେବାପାଇଁ ସରକାର ଯୋଜନା କରୁଥିବା ବେଳେ, ଶିକ୍ଷକଙ୍କ ମାନସିକତାରେ କୌଣସି ପରିବର୍ତନ ହେଉନାହିଁ। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ, କେତେ ବେଳେ ଗ୍ରସରୀ ଆଣିବା ପାଇଁ ନିୟୋଜିତ କରୁଛନ୍ତି, ତ କେତେବେଳେ ସ୍କୁଲର ବହିଖାତା ଆଣିବା ପାଇଁ ପିଲାଙ୍କୁ ନିୟୋଜିତ କରାଯାଉ ଥିବାର ଚିତ୍ର ସାମ୍ନାକୁ ଆସିଥିଲା। ଏବେ ପୁଣି ସ୍ମାର୍ଟ ସ୍କୁଲରେ ସ୍ମାର୍ଟ ଶିକ୍ଷକଙ୍କ ଶୋଇବା ପାଇଁ ଖଟିଆ ଆଣିବା ପାଇଁ ପିଲାଙ୍କୁ ନିୟୋଜିତ କରିଛନ୍ତି। ତେବେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ରାଧାକୃଷ୍ଣ ସରକାରୀ ଉଚ୍ଚବିଦ୍ୟାଳୟରେ। ଯେଉଁ ସ୍କୁଲକୁ ସରକାର କୋଟି କୋଟି ଟଙ୍କା ସାରି , ଫାଇପ ଟି ସ୍କୁଲକୁ ରୂପାନ୍ତରିତ କରିଚନ୍ତି। ସେହି ସ୍କୁଲ ଶିକ୍ଷକ ଖଟିଆ ବୋହିବା ପାଇଁ, ପାଞ୍ଚଜଣ ପିଲାଙ୍କୁ ନିୟୋଜିତ କରିଛନ୍ତି।ବ୍ୟସ୍ତ ବହୁଳ ରାସ୍ତାରେ ଦୁଇଟି ସାଇକେଲ ଯୋଗେ ପାଞ୍ଚଜଣ ପିଲା, ବିପଦ ପୂର୍ଣ୍ଣ ଭାବେ ଖଟିଆ ବୋହି ଆଣୁଥିଲେ। ତେବେ ଏଠାରେ ସୂଚନା ଥାଉକି ଉକ୍ତ ରାସ୍ତାଟି ୬୦ ନମ୍ବର ଜାତୀୟ ରାଜପଥ ଠାରୁ ପାଉଁଶକୁଲି ମାର୍କେଟ ସଂଯୋଗ କରୁଥିବା ବେଳେ ଏହି ରାସ୍ତାଟି ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ ଏହି ରାସ୍ତାରେ ଦୈନିକ ଶହଶହ ସଂଖ୍ୟାର ଗାଡ଼ି ମୋଟର ଦୃତ ଗତିରେ ଯାଆଆସ କରିଥାଏ।ତେବେ ଏହି ଦୃଶ୍ୟ ଦେଖି ଗଣ ମାଧ୍ୟମ ପ୍ରତିନିଧି ମାନେ, ସମ୍ପୃକ୍ତ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଦତ୍ତ 
ଙ୍କୁ ପଚାରିବାରୁ, ହଠାତ ଚିଇଙ୍କି ଉଠିବା ସହିତ ଉତଖିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ଦୁର୍ବ୍ୟବହାର କରିବା ସହିତ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ, ଶିକ୍ଷା ବିଭାଗ ଅଧିକାରୀ ସମେତ ଗଣ ମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ତେବେ ଏଭଳି ଘଟଣାକୁ ସାଧରଣରେ ନିନ୍ଦା କରାଯାଇଛି।

Post a Comment

Previous Post Next Post