ସରକାରୀ ଜମିରେ ମୋ ପୋଖରୀ ଖୋଲି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା ନ୍ୟୁଜ୍) : ବଙ୍ଗୋମୁଣ୍ଡା ବ୍ଲକ ଦେଢ଼ଗାଁ ପଞ୍ଚାୟତରେ ୨୦୨୦-୨୧ ଆର୍ଥିକ ବର୍ଷରେ ମସ୍ୟ ପୋଖରୀ ଖୋଳିବା ପାଇଁ ଜିଲ୍ଲା ମସ୍ୟ ଅଧିକାରୀ ବଲାଙ୍ଗୀର ତରଫରୁ ୩ ଲକ୍ଷ୍ୟ ୪୦ ହଜାର ଟଙ୍କା ପ୍ରତି ମସ୍ୟ ପୋଖରୀ ପାଇଁ ଆସିଥିଲା କିନ୍ତୁ ସେହି ଗ୍ରାମର ବିଭୀଷଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ର ବିଲ କରିଦେଇଥିବା ଅଭିଯୋଗ ରହିଛି। ସୂଚନା ଅନୁସାରେ ମସ୍ୟ ପୋଖରୀ ସବୁ ସେହି ହିତାଧିକାରୀଙ୍କୁ ଦିଆଯିବା କଥା ଯାହାଙ୍କ ନିଜସ୍ୱ ନାମରେ ଚାଷ ଜମି ରହିଥିବ ଏବଂ ସେହି ଜମିରେ ଏହି ପୋଖରୀ ଖୋଲାଯିବା କଥା କିନ୍ତୁ ଦେଢ଼ଗାଁ ପଞ୍ଚାୟତ ରେ ଖୋଲା ଯାଇଥିବା ମସ୍ୟ ପୋଖରୀ ହିତାଧିକାରୀ ଅଲଗା ଏବଂ ଜମି ମାଲିକ ଅଲଗା ,ତାହା ସହିତ ଅନେକ ସରକାରୀ ଜମିରେ ଏହି ମସ୍ୟ ପୋଖରୀ ଖୋଲା ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ । ସମୁଦାୟ ୧୯ ମସ୍ୟ ପୋଖରୀ ଦେଢ଼ଗାଁ ଗ୍ରାମରେ ଖୋଲା ଯାଇଛି । ଜଣେ ହିତାଧିକାରୀ ବିଭୀଷଣ ଭୋଇ ନାମରେ ଏକ ରୁ ଅଧିକ ମସ୍ୟ ପୋଖରୀ ହେବା ସହିତ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାରେ ମସ୍ୟ ପୋଖରୀ କରି ଲକ୍ଷ ଲକ୍ଷ ଟଙ୍କା ଚଲୁ କରିଥିବା ଅଭିଯୋଗ ରହିଛି । ସେହି ମସ୍ୟ ପୋଖରୀ ଖୋଲିବାରେ ମଣିଷ ଜାଗାରେ ମେସିନ ବ୍ୟବହାର ହୋଇଥିବା ମଧ୍ୟ ଅଭିଯୋଗ ରହିଛି। ସେଥି ମଧ୍ୟରୁ ୨ ଟି ମସ୍ୟ ପୋଖରୀରେ ଛାଡ଼ି ସବୁ ପୋଖରୀ ମେସିନ ସାହାଯ୍ୟରେ କାମ କରାଯାଇଛି । କେବଳ ୨ ଟି ପୋଖରୀ ମଜୁରିଆ ଲଗାଇ ଖୋଲାଯାଇଛି କିନ୍ତୁ ସେହି ପୋଖରୀ ଖୋଳିବା କାମରେ ନିୟୋଜିତ ହୋଇଥିବା ଅନେକ ଦିନ ମଜୁରିଆ ମାନେ ଯଥା ହରି ବାଗ, ଲକ୍ଷ୍ମଣ ଥାପା, ଚୂଡ଼ାମଣି ତାଣ୍ଡି, ସୁରେଶ ବାଗ, ଲଚମାନ ନାଗ, ଚତୁରାଗ ବାଗ,ହୃଦାନନ୍ଦ ଥପା ,ଚିନିମତି ଆଡ ଜୁଏଡ, ରାଧେ ବାଗ, ବୁଧିରାମ୍ ପରଭୁଏ ,ରାଜିନ୍ଦ୍ର ଭୋଇ ଏବଂ ଆହୁରି ଅନେକ ଦିନ ମଜୁରିଆ ଓ ହିତାଧିକାରୀ ମାନେ ଆଜିକୁ ପ୍ରାୟ ୩ ବର୍ଷ ପାଖା ପାଖି ହେବ ତାଙ୍କ ମଜୁରୀ ପାଇ ନାହାନ୍ତି । ଅନେକ ମସ୍ୟ ପୋଖରୀ ସରକାରୀ ଜାଗାରେ ଖୋଲାଯିବା ସହ ଅନ୍ୟତ୍ର ଲୋକଙ୍କ ଜମିରେ ଜମି ମାଲିକଙ୍କ ଅଜାଣତରେ କରାଯାଇଥିବା ଅଭିଯୋଗ ରହିଛି । ଏହି ସବୁ ମସ୍ୟ ପୋଖରୀ ସେହି ଗ୍ରାମର ବିଭୀଷଣ ଭୋଇ ନିଜେ ଠିକାଦାର ସାଜି କିଛି ଅଫିସର ଏବଂ ଏକ ଏନଜିଓ ସହ ମିଶି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦୁର୍ନୀତି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସ୍ଥାନରେ ମସ୍ୟ ପୋଖରୀ ଖୋଳିବା ପାଇଁ କିଏ ଅନୁମତି ଦେଲା ଏଵଂ ପୋଖରୀ ଖୋଳିବା ପରେ ବିଭାଗୀୟ ଅଧିକାରୀ ମାନେ କେମିତି ଆଖି ବନ୍ଦ୍ କରି ବିଲ କରାଗଲା ବୋଲି ପ୍ରଶ୍ନ ଉଠିଛି । ଅଭିଯୋଗ ରହିଛି। ଆଗାମୀ ଦିନରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ମସ୍ୟ ସମ୍ପଦ ବିଭାଗର ସେହି ଦୁର୍ନୀତି ଗ୍ରସ୍ତ ଅଫିସର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମଜୁରିଆ ମାନଙ୍କୁ ତାଙ୍କ ପ୍ରାପ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Post a Comment

Previous Post Next Post