ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାକୁସିଙ୍ଗା ଗ୍ରାମସ୍ଥିତ କାଷିବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ରେ ୧୫ତମ ମକର ମେଳା ଯଜ୍ଞର ପାଳନ ପାଇଁ ୧୦୮ ଘଟ ସ୍ଥାପନ କାର୍ଯ୍ୟକ୍ରମ ଯଜ୍ଞର ପ୍ରତିଷ୍ଠାତା ଭକ୍ତ ପ୍ରଭୁଜି ଗଦାଧର ଦାସ ଙ୍କ ପୃରହିତତା ରେ ଅନୁଷ୍ଠିତ ହୋଇଯାଇଛି |ଏହିମେଳାରେ ସଂକଳ୍ପଧାରି ଶ୍ରଦ୍ଧାଳୁ ଭକ୍ତମାନେ ପୁନଃକଲସିରେ ମହାନଦୀରୁ ଜଳାଭିଷେକକରି ଘଟ ସ୍ଥାପନାପାଇଁ ବାବାଙ୍କ ପୀଠକୁ ନାମସଂକ୍ରିତନ ସହିତ ହରିବୋଲ ହୁଳହୁଳି ଦେଇ ପୁର୍ଣକୁମ୍ଭ ସ୍ଥାପନା କରାଯାଇଥିଲା |ଏହି ଶୁଭଯାତ୍ରାରେ ଭୁବନେଶ୍ୱର ଖଣ୍ଡଗିରିସାଧୁ, ନେମାଳର ଶୁକବାବା, ଧଉଳିର ଭାସ୍କର ବାବା ପ୍ରଭୁତି ଯୋଗଦାନ ଦେଇଥିଲେ |ସାନ୍ଧ୍ୟରେ ଭଜନ ସମାରୋହ ସହିତ ଜଗନ୍ନାଥଦଳର ସନ୍ଥସେବକ ଲେଙ୍କତ ନାରାୟଣ ଦାସ ଭବ୍ୟଦୀପ ଜାଳି ମକରମେଳା ର ଶୁଭାରମ୍ଭ କରିଥିଲେ ।
Ad...
Post a Comment