ମକର ମେଳା ଉପଲକ୍ଷେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା


ଦେଓଗାଁ,(ଆଜତକ୍ ଓଡ଼ିଶା) ମକର ମେଳା ଉପଲକ୍ଷେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ଆୟୋଜନ ସମିତି ତରଫରୁ ଘୁଚିପାଳି ସ୍ଥିତ ବୁଢ଼ା ଦେଓଙ୍କ ପିଠରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥିଭାବେ ଜିଲ୍ଲା ମହା ସଚୀବ ରାମଚନ୍ଦ୍ର ଧରୁଆ,କେଶରୀ କୁଅଁର ,ସଚୀବ ଦାସରଥି ଭୋଇ, GSU ସଭାପତି ଲଲିତ ମୋହନ ପୁଟା, GSU ମହାସଚିବ ଚନ୍ଦ୍ରଶେଖର କୁଅଁର, GSU ପ୍ରଚାର ସଚିବ ମକୁନ୍ଦ ଧରୁଆ, ଗୁଡ଼ଭେଲା ସଭାପତି ସମ୍ପତ୍ତି ମାଝୀ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ଥିବା ବେଳେ ସଭାପତି ଶ୍ରୀଯୁକ୍ତ ସୁରଥ ଧରୁଆ ଙ୍କ ସଭା ପତିତ୍ଵରେ ମଞ୍ଚ ପରିଚାଳନା କରିଥିଲେ ପୁରନ୍ଦର ଭୋଇ, । ବିଗତ ଦିନରେ ଲଗନିଆ ତାଲିମ ନେଇଥିବା ଲଗ୍ନ କାର ମାନଙ୍କୁ I Card ପ୍ରଦାନ କରାଯାଇ ବିବାହ କାର୍ଯ୍ୟ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ମତ ରଖିଥିଲେ । ଏଥିରେ ସମସ୍ତ ପଲ୍ଲୀ ର କର୍ମକର୍ତ୍ତା ତଥା ଶତଧିକ ଲୋକଙ୍କ ଜନସମାଗମ ହୋଇଥିଲା ।
 ବଲାଂଗୀର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ନରସିଂହ ମିଶ୍ର ମହୋଦୟ ଙ୍କ ଆକସ୍ମିକ ଉପସ୍ଥିତି ଆୟୋଜକ କର୍ମକର୍ତ୍ତା କୁ ଉତ୍ସାହିତ କରିଥିଲା ଏବଂ ବ୍ଲକ ଗୋଣ୍ଡୱାନା ଭବନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଆମ ଅୟୋଜନ ସମିତି ତରଫରୁ କୃତଜ୍ଞତା ଜଣାଉଛୁ। ଶେଷରେ ପଲ୍ଲୀ ସଭାପତି ସୁବଳ ଚରଣ ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Post a Comment

Previous Post Next Post