ଗୋପବନ୍ଧୁ ଦାସ ସେବା ସଂଗଠନ ର ଲୋଗୋ ଉନ୍ମୋଚନ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) : ପବିତ୍ର ମକର ସଂକ୍ରାନ୍ତି ଅବସରରେ ବାଉଁସୁଣୀ ଅନ୍ତର୍ଗତ କରଡ଼ାପଡା କପିଳେଶ୍ୱର ଶୈବ ପୀଠ ଠାରେ ବାଉଁସୁଣୀ ଅଂଚଳ ର ଗରିବ ଦୁଖୀ ଅସହାୟ ଙ୍କ ଦେବଦୁତ ସାଜିଥିବା ସ୍ବେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଦାସ ସେବା ସଂଗଠନ ର ଲୋଗ ଉନ୍ମୋଚନ କରାଯାଇଛି, ତାସହିତ ଏହି ମନ୍ଦିର ପ୍ରାଙ୍ଗଣରେ ମହେନ୍ଦ୍ର ମହାକୁଳ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହେବା ସହ ସମସ୍ତ ଙ୍କ ସହମତି କ୍ରମେ ନୂତନ କାର୍ଯ୍ୟକର୍ତା ଚୟନ କରାଯାଇଥିଲା,ସଂଗଠନ ର ସଭାପତି ଭାବେ ବିକାଶ ମେହେର, ଉପ ସଭାପତି ଭାବେ ବିଶ୍ୱଜିତ ପାଢ଼ୀ, ସମ୍ପାଦକ ଭାବେ ମହେନ୍ଦ୍ର ମହାକୁଳ, ସହ ସମ୍ପାଦକ ଭାବେ ଚନ୍ଦନ ମଲିକ, କୋଷାଧକ୍ଷ ଭାବେଆଶିଷ ବିହାରୀ ଠାକୁର ଙ୍କୁ ମନୋନୀତ କରାଯାଇଥିଲା, ଆଗକୁ କିପରି ଭାବେ ବାଉଁସୁଣୀ ଅଂଚଳ ରେ ଗରିବ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟିବା ସହ ଅଂଚଳ ର ବିକାଶ ଦିଗରେ ସଂଗଠନ କାମ କରିବ ସେ ବିଷୟରେ ଆଶିଷ ବିହାରୀ ଠାକୁର ବିସ୍ତୃତ ଆଲୋଚନା କରିଥିଲେ,ଏହି ବୈଠକ ରେ ସଂଗଠନ ର ସଦସ୍ୟ ସତ୍ୟ ପ୍ରଧାନ, ଗଲାମାଳି ପ୍ରଧାନ, ରଶ୍ମିରଂଜନ ଡାଙ୍ଗ ଙ୍କ ସହିତ ଅନେକ ଗୁଡିଏ ସଦସ୍ୟ ଉପସ୍ଥିତ ଥିଲେ ଶେଷରେ ବିଶ୍ୱଜିତ ପାଢ଼ୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ

Post a Comment

Previous Post Next Post