ଜଳେଶ୍ବର ବ୍ଲକ ସ୍ତରୀୟ ଲୋକକଳା ଦିବସ ସମାରୋହ-୨୦୨୩ ଉପଲକ୍ଷେ ପିଠା ଓ ମୂରୁଜ ପ୍ରତିଯୋଗିତା ଅନୁଷ୍ଠିତ : ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ।


ଜଳେଶ୍ଵର ବ୍ଲକ ୧୪/୬, (ଜଗନ୍ନାଥ ଗୋଛାୟତ) ବ୍ଲକ ସ୍ତରୀୟ ଲୋକକଳା ଦିବସ ଉପଲକ୍ଷେ ଜଳେଶ୍ବର ବ୍ଲକ ଜୀବିକା ମିଶନ ପକ୍ଷରୁ ପିଠା ଓ ମୁରୁଜ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଜୀବିକା ମିଶନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ବିଡିଓ ଶ୍ରୀମତୀ ପୁନମ୍ ରାଉତ୍ ଓ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ମିଳିତ ଭାବେ ଉଦ୍ଦଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୁୟା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ପୂର୍ବତନ ପ୍ରାଧ୍ୟାପକ, ସାହିତ୍ୱିକ ତଥା ଗାଳ୍ପିକ ବିପିନ ବିହାରୀ ବିଶ୍ବାଳ, ପୂର୍ବତନ ପ୍ରଶାସନିକ ଅଧିକାରୀ ଶରତ କୁମାର ପରିଡ଼ା, ବ୍ଲକ ସାମାଜିକ ଅଧିକାରିଣୀ ସନ୍ଧ୍ୟା ରାଣୀ ସିଂ, ବ୍ଲକ କଳାକାର ସଂଘ ସଭାପତି ଚନ୍ଦ୍ର ମୋହନ ରାଉଳ, ବ୍ଲକ ଜୀବିକା ମିଶନ ସଂଯୋଜିକା ମଧୁମିତା ଦାସ, ଦେବିକା ଜେନା ଓ ସ୍ମିତା ଦାସ ଅଧିକାରୀ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପିଠା କାର୍ଯ୍ୟକ୍ରମ ରେ ୨୮ ଟି ଗ୍ରାମ ପଞ୍ଚାୟତ ଭାଗ ନେଇ ବିଭିନ୍ନ ପ୍ରକାରର ସୁସ୍ୱାଦ ପିଠା ପ୍ରଦର୍ଶନ କରିଥିବା ବେଳେ ମୂରୁଜ କାର୍ଯ୍ୟକ୍ରମରେ ୨୧ ଟି ଗ୍ରାମ ପଞ୍ଚାୟତ ଭାଗ ନେଇ ବିଭିନ୍ନ ପ୍ରଥିଲେ। ସେଥିରୁ ପିଠା ପ୍ରତିଯୋଗିତାରେ ଶିଖରପୁର ଗ୍ରାମ ପଞ୍ଚାୟତର ସୁବର୍ଣ୍ଣ ମହିଳା ମହା ସଂଘ ପ୍ରଥମ ସ୍ଥାନ, ଆରୁହା ଗ୍ରାମ ପଞ୍ଚାୟତ ର ମଧୁବାସନ୍ତି ମହା ସଂଘ ଦ୍ୱିତୀୟ ସ୍ଥାନ ଓ ସାଇ ଶକ୍ତି ମହିଳା ମହାସଂଘ ତୃତୀୟ ସ୍ଥାନ ପାଇ ଯଥାକ୍ରମେ - ୧୫୦୦, ୧୦୦୦ ଓ ୫୦୦ ଟଙ୍କା ଅର୍ଥ ଆକାରରେ ପ୍ରଦାନ କରାଯାଇଥିଲା। ସେହି ପରି ମୂରୁଜ ପ୍ରତିଯୋଗିତା ରେ ନଛିମପୁର ଗ୍ରାମ ପଞ୍ଚାୟତର ସତ୍ୟସାଇ ମହିଳା ମହାସଂଘ ପ୍ରଥମ ସ୍ଥାନ, ଓଲମରା ମହିଳା ମହାସଂଘ ଦ୍ୱିତୀୟ ଓ କୋଟସାହି ଗ୍ରାମ ପଞ୍ଚାୟତର ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘ ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୧୫୦୦, ୧୦୦୦ ଓ ୫୦୦ ଟଙ୍କା ଅର୍ଥ ଆକାରରେ ବ୍ଲକ ପକ୍ଷରୁ ପ୍ରଦାନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମଧୁସୂଦନ ସେନାପତି, ସଞ୍ଜୟ କୁମାର ମହାନ୍ତି, ବିଦ୍ୟାଧର ମଲ୍ଲିକ ଓ ବ୍ରିଜେଶ କୁମାର ରଣା, ଅରୁଣ କୁମାର ବେଜ, ଫାଲଗୁନୀ ପାଣିଗ୍ରାହୀ, ସାବିତ୍ରୀ ଜେନା, ସୁମତି ରାଣୀ ଦେ ଓ ବିଶ୍ଵରୂପ ଦାସ ପ୍ରମୁଖ ପିଠା ଖାଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

Post a Comment

Previous Post Next Post