ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଇତିହାସ ବିଭାଗର ସ୍ୱାଗତ ଉତ୍ସବ




ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଆନୁକୂଲ୍ୟରେ ନୂତନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ପୁର୍ନେନ୍ଦୁ ତ୍ରିପାଠୀ ଯୋଗଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ଅଧ୍ୟାପକ ରମେଶ ଚନ୍ଦ୍ର ତାରିଣିଆ, ଡ଼ଃ. ପ୍ରମୋଦ କୁମାର ମହାପାତ୍ର, ଉପସ୍ଥିତ ରହିଥିଲେ। ଶ୍ରୀସେଠି ଛାତ୍ର ଛାତ୍ରୀ ମାନଙ୍କ ର ଉତ୍ତମ ଭବିଷ୍ୟତ କାମନା ସହିତ ଶୃଙ୍ଖଳିତ ହୋଇ ମହାବିଦ୍ୟାଳୟ ର ନାମକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମ ଚାରି ସହଯୋଗ କରିଥିଲେ। ଶେଷରେ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଅଧ୍ୟାପକ ସୁରେଶ୍ୱର ଯୋଶୀ ଛାତ୍ର ଛାତ୍ରୀ ମାନଙ୍କ ରଭବିଷ୍ୟତ ଉନ୍ନତି କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।


Post a Comment

Previous Post Next Post