ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବ୍ଲକ୍ ବଣିଆଡ଼ିହା ପଞ୍ଚାୟତ ଅଧିନସ୍ଥ ରାଇପୁର ଗ୍ରାମର ୰ଗଦାଧର ପତିଙ୍କ ଏକାଦଶାହ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ଉତ୍କଳମଣି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ପୁରୁଷୋତ୍ତମ ସାହୁ ସଭାପତିତ୍ଵ କରିଥିଲେ । ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ଜଣେ ନିଆରା ମଣିଷ ଭାବରେ ପରିଚିତ ଥିଲେ ସ୍ବର୍ଗତଃ ଗଦାଧର ପତି । ସେ ସଦାସର୍ବଦା ନିଜର ଜୀବନ କୁ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ । ସେ ଅତି ସରଳ ଜୀବନ ଅତିବାହିତ କରୁଥିଲେ । ବଣିଆଡିହା ପଞ୍ଚାୟତର ସବୁ ଅନୁଷ୍ଠାନ ସହିତ ଜଡିତ ଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଜେନା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସଭାରେ ୨୨ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ବିନୀ ଜେନା,ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ, ବସ୍ତା ଜୀବନବିନ୍ଦୁ ସଂଯୋଜକ ରଞ୍ଜନ କୁମାର ଧଳ, ନିତ୍ୟାନନ୍ଦ ଦାସ, ବାବାଜୀ ନାୟକ, ଅନାଦି ମାନ୍ନା, ପିତାମ୍ବର ଜେନା, ଚୈତନ ପ୍ରସାଦ ଜେନା, ଅଞ୍ଜନ ସାହୁ, ରାମଚନ୍ଦ୍ର ଦେ ,ସୁଦର୍ଶନ ମହାପାତ୍ର, ଗଗନ ବିହାରୀ ସାହୁ, ମହେଶ୍ଵର ଦାସ, ଚିତ୍ତରଞ୍ଜନ ଜେନା, କାଶୀନାଥ ଦାସ, ବଂଶୀଧରନାୟକ,ମନୋଜ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ଯକ୍ତି ଉପସ୍ଥିତ ରହି ସ୍ଵର୍ଗତ ଗଦାଧର ପତି ଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତଃ ପତିଙ୍କ ପୁଅ ବିଷ୍ଣୁପଦ ପତି ସମସ୍ତ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ।

Post a Comment