ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଜାମଶୂଳି ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଦୁଇ ଦିନିଆ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ ୨୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ, ଭଲିବଲ, ଖୋ-ଖୋ, କବାଡି, ବ୍ଯାଡମିଣ୍ଟନ, ଚେସ , କ୍ରିକେଟ ଏବଂ ଆଥେଲେଟିକ ବିଭାଗରେ ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସକସ, ପୁଟିଂ ଦା ସଟ ଇତ୍ଯାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେନ୍ଦ୍ର ନାଥ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବସ୍ତା ବ୍ଲକର ଉପାଧ୍ୟକ୍ଷ ଦିଲ୍ଲିପ କୁମାର ଦାସ ମହାପାତ୍ର, ମୁଖ୍ୟ ବକ୍ତାଭାବେ ଶ୍ରୀପତି ଚରଣ ପାତ୍ର, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ବିପିନ କୁମାର ବିଶ୍ବାଳ,ପୂର୍ବତନ କ୍ରୀଡା ଶିକ୍ଷକ ସୁଧାଂଶୁ କୁମାର ବିଶ୍ବାଳ, ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଚୁଲତା ଦାସ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ଓ ଉପାଦେୟତା ବିଷୟର ଆଲୋକ ପାତ କରିଥିଲେ। ଏହି ଅବସରରେ ଅତିଥି ମାନେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିବା ବେଳେ,
 ବ୍ଲକ କ୍ରୀଡା ସମ୍ପାଦକ ଅଜୟ କୁମାର ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post