ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୨ଦିନ ଧରି ୫୫ ତମ ବାର୍ଷିକ କ୍ରୀଡା ର ଉଦଯାପନୀ ଉତ୍ସବ ହୋଇଯାଇଛି!ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସମିତି ସଭ୍ୟ ଚିତ୍ତରଞ୍ଜନ ସେଠି ଉଦଯାପନୀ ଉତ୍ସବ ରେ ସରପଞ୍ଚ ଶକୁନ୍ତଳା ବେହେରା ଉପସ୍ଥିତ ରହିଥିବା ବେଳେ, ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନିଲ କୁମାର ଗୁପ୍ତା, ଷ୍ଟେଟ ବ୍ୟାଙ୍କ ପରିଚାଳକ ପରେଶ କୁମାର ପଟ୍ଟନାୟକ, ସାବିତ୍ରୀ ଦନାୟକ, ଜାହ୍ନବି ଦୀପ, ଯୋଗ ଦେଇଥିଲେ!ପ୍ରଧାନ ଶିକ୍ଷକ ମୁରଲୀଧର ରଣା ମଞ୍ଚ ପରିଚାଳନା କରିଥିଲେ।୩୨ଟି ବିଭାଗରେ ପ୍ରାୟ ୩୦୦ରୁ ଅଧିକ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ!ବିଜୟୀ କ୍ରୀଡାବିତ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା!କନିଷ୍ଠ ବାଳକ ବିଭାଗ ରୁ ବାପୁନ ବେହେରା, ବାଳିକା ବିଭାଗରୁ କଲ୍ୟାଣୀ ବାରିକ, ବରିଷ୍ଠ ବାଳକ ବିଭାଗ ରୁ ପ୍ରିୟ ରଞ୍ଜନ ରାଉତ, ବାଳିକା ବିଭାଗରୁ ସୁମିତା ପ୍ରଧାନ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ବିବେଚିତ ହୋଇଥିଲେ!ଏହି କ୍ରୀଡା ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସଂପୂର୍ଣ ମାତ୍ରାରେ ସାହଯ୍ୟ କରିଥିଲେ।

Post a Comment

Previous Post Next Post