ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଅଧିନସ୍ଥ ତାହାଳିଆ ଗ୍ରାମର ଖେଳ ପଡିଆ ଠାରେ ଦୀର୍ଘ ଏକ ମାସ ଧରି ଅନୁଷ୍ଠିତ ବଟେଶ୍ବର ପ୍ରିମିୟମ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ସିକ୍ସର ସହିତ ହାଇଜାକ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଜାକ୍ ନିର୍ଦ୍ଧାରିତ ୨୦ଓଭର ମଧ୍ୟରେ ୧୭୦ ରନ୍ ସଂଗ୍ରହ କରିଥିଲା । ଜବାବରେ ସିକ୍ସର ୧୮ ଓଭର ମଧ୍ୟରେ ଆବଶ୍ୟକ ରନ୍ ୧୭୧ ରନ୍ ସଂଗ୍ରହ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ରନର୍ସ ଅପ ଓ ବିଜୟୀ ଦଳକୁ ଉତ୍ସାହିତ କରିବା ସହିତ ଟ୍ରଫି ଓ ନଗଦ ଅର୍ଥ ପ୍ରଦାନ କରିଥିଲେ ।
ସମସ୍ତଙ୍କ ସହଯୋଗରେ ଖେଳ ପଡିଆର ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି ଶ୍ରୀମତୀ ଜେନା କହିଥିଲେ । ମନ୍ମଥ ଦାସ ଓ ମନ୍ମଥ ପାତ୍ର ସଭା କାର୍ଯ୍ଯ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ,ଯୁବନେତା ମନ୍ମଥ ଗିରି,୨୩ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ବସନ୍ତ ସେଠୀ,ଦିଲ୍ଲୀପ ସିଂ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ବଟେଶ୍ବର କ୍ଲବ ସଭାପତି ଅକ୍ଷୟ କରଣ,ସଂପାଦକ ଗୌରହରି ଦେ,କୋଷାଧ୍ୟକ୍ଷ ମନୋଜ ରାଉତ,ଉପସଭାପତି ହରେକୃଷ୍ଣ କରଣ,ସହ ସଂପାଦକ ସୁରଥ କର,ସଦସ୍ୟ ସରୋଜ କର,ମନ୍ମଥ ପାତ୍ର,ହରେକୃଷ୍ଣ କରଣ,ରବୀନ୍ଦ୍ର ନାଥ ସାହୁ,ସୁରଥ କର,ବସନ୍ତ ପଟ୍ଟାୟତ,ପ୍ରିୟନାଥ ସି,ଗୋପାଳ ଚନ୍ଦ୍ର ପାତ୍ର,ଦିପକ କୁମାର ଗିରି,ବିଶ୍ବନାଥ ପରିଡା,ମନୋଜ କୁମାର ରାଉତ,ଅନନ୍ତ ଦତ୍ତ,ଶଙ୍କର ପ୍ରତାପ ରଣସିଂହ,ବିମଳ ଚନ୍ଦ୍ର ପାତ୍ର,ମନୋଜ ପାତ୍ର,ମାନସ କୁମାର ରାଉତ,ନଗେନ୍ଦ୍ର ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ ।
Post a Comment